Odisha news

ଓଏମସି ଗନ୍ଧମାର୍ଦ୍ଦନ ଖଣିରେ ଶ୍ରମିକଙ୍କୁ ମୋହରା କରି ନିଜର ସ୍ୱାର୍ଥ ସାଧନ ନେଇ ଆନ୍ଦୋଳନ କରୁଥିବା ସ୍ଥାନୀୟ ବିଜେପି ବିଧାୟକ ମୋହନ ମାଝୀ ଙ୍କ କୁସପୁତଳିକା ଦାହ କଲେ ଅନ୍ୟ ଏକ ଶ୍ରମିକ ସଂଗଠନ

0
କେନ୍ଦୁଝର(Rabi Raj): କେନ୍ଦୁଝର ଶୁଆକାଠି ସ୍ଥିତ ଓଏମସି ଗନ୍ଧମାର୍ଦ୍ଦନ ଖଣି ରେ ଥିବା ପାଞ୍ଚ ନମ୍ବର କଣ୍ଟା ନିକଟରେ ଗତ ୨୨ ଦିନଧରି କୋଭିଡ କଟକଣା ଆଇନ କୁ ଭାଙ୍ଗି ସ୍ତାନୀୟ ବିଧାୟକ ତଥା ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଶ୍ରମିକଙ୍କୁ ମୋହରା କରି ନିଜର ବ୍ୟକ୍ତିଗତ ସ୍ଵାର୍ଥ ସାଧନ କରିବା ପାଇଁ ଚଳାଇଥିବା ଆନ୍ଦୋଳନ କୁ ବିରୋଧ କରି ଅନ୍ୟ ଏକ ଶ୍ରମିକ ସଂଗଠନ ଆଜି ଓଏମସି ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ମୋହନ ମାଝୀ ଙ୍କ କୁଶପୁତଳିକା ରେ ଜୋତାମାଳ ପିନ୍ଧାଇ ତାଙ୍କୁ ଦାହ କରିଥିଲେ ।
ସ୍ତାନୀୟ ଶ୍ରମିକ ଙ୍କ ଅଭିଯୋଗ ଅନୁଯାଇ ସ୍ତାନୀୟ ବିଧାୟକ ମୋହନ ମାଝୀ ଗନ୍ଧମାର୍ଦ୍ଦନ ଖଣି ପରିସର ବାହାର ଶ୍ରମିକଙ୍କ ପାଇଁ ଆନ୍ଦୋଳନ କୁ ସମର୍ଥନ କରୁଥିବା ବେଳେ ହଜାର ହଜାର ଶ୍ରମିକ ଗନ୍ଧମାର୍ଦ୍ଦନ ଖଣି ପରିସର ଥିଲେ ମଧ୍ୟ ତାଙ୍କ ପ୍ରତି କୌଣସି ସହଯୋଗ ହାତ ବଢ଼ାଉ ନାହାନ୍ତି ।  ବିଧାୟକ ମୋହନ ମାଝୀ ଶ୍ରମିକ ଙ୍କୁ କାମ ବଦଳରେ ମେସିନ ଲଗାଇବା ସହ ଟନ ରେ ୧୦ ଟଙ୍କା ଦାବୀ କରିବାରୁ ଅନ୍ୟ ଶ୍ରମିକ ସଂଗଠନ ମାନେ ଆପତ୍ତି ଉଠାଇଛନ୍ତି । ସେମାନଙ୍କ କହିବା କଥା ଯଦି ତାଙ୍କୁ ଖଣି ରେ କାମ ଦରକାର ସେମାନେ ଆଲୋଚନା ନ କରି ସିଧାସଳଖ ବିଧାୟକ ଙ୍କ ପ୍ରରୋଚନାରେ ପଢି ଆନ୍ଦୋଳନ କରୁଥିବାରୁ ଏଥିରେ ବିଧାୟକ ଙ୍କର କିଛି ସ୍ୱାର୍ଥ ଥିବା ସନ୍ଧେହ କରିଛନ୍ତି ।
ଓଏମସି ଖଣି ବନ୍ଧ ହେଲେ ଶ୍ରମିକ ମାନେ ରୋଜଗାର ହରାଇବା ସହ ୭ ହଜାର ରୁ ଉର୍ଦ୍ଧ ଟ୍ରକ ମାଲିକ ଙ୍କ ସମେତ ଏହି ଖଣି ଦ୍ୱାରା ରୋଜଗାର ପାଉଥିବା ହଜାର ହଜାର ବ୍ୟବସାୟ ଭୋକ ଉପାସରେ ରହିବା ର ଆଶଙ୍କା ଦେଖାଦେଇଛି । ଏନେଇ ସ୍ତାନୀୟ ଶ୍ରମିକ ଙ୍କ ସମେତ ଟ୍ରକ ମାଲିକ ଓ ବ୍ୟବସାୟ ମାନେ ବିଧାୟକ ମୋହନ ମାଝୀ ଙ୍କୁ ଦାୟୀ କରିଛନ୍ତି । ଯଦି ବିଧାୟକ ଙ୍କ ପ୍ରୋରଚିତ ଆନ୍ଦୋଳନ ବନ୍ଦ ନ ହୁଏ ତେବେ ଆଗାମୀ କାଲି ଠାରୁ ୫ହଜାର ରୁ ଅଧିକ ଶ୍ରମିକ ଙ୍କୁ ନେଇ ଓଏମସି ଅଫିସ ସଂମୁଖରେ ଆନ୍ଦୋଳନ କରାଯିବା ସହିତ ସମ୍ପୁର୍ଣ୍ଣ ଓଏମସି କୁ ଅଚଳ କରିଦେବା ପାଇଁ ଓଏମସି କର୍ତ୍ତୃପକ୍ଷ  କୁ ଚେତାବନୀ ଦେବା ସହିତ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
Nalco
Leave A Reply