ସୋର : ରାଜସ୍ଥାନର ବିଲ୍ୱାଡ଼ା ଜିଲ୍ଲା କାରୋଇ ଥାନା ଅନ୍ତର୍ଗତ ବୁରୁଲା ଅଞ୍ଚଳର ଜଣେ ଯୁବତୀ ସୋରର ଜଣେ ଯୁବକକୁ ଭଲପାଇ ସୋରକୁ ପଳେଇ ଆସିଥିବା ବେଳେ ରାଜସ୍ଥାନ ପୁଲିସରେ ଯୁବତୀଙ୍କର ପରିବାରର ଲୋକ ଅଭିଯୋଗ କରିଥିଲେ । ରାଜସ୍ଥାନ ପୁଲିସ ସୋର ଥାନାରେ ପହଞ୍ଚିବା ପରେ ଯୁବତୀ ଫେରିବା ପାଇଁ ନାରାଜ ହେବାରୁ ପୁଲିସ୍ ସହ ପରିବାର ଲୋକେ ନିରାଶ ହୋଇ ଫେରିଯାଇଛନ୍ତି ।
ଗୁରୁଲା ଗ୍ରାମର ଶଙ୍କରଲାଲଙ୍କ ଝିଅ ଛୋଟି କୁମାରୀ(୨୫) ସେଠାରେ ରହି ବ୍ୟବସାୟ କରୁଥିବା କେଦାରପୁର ପଞ୍ଚାୟତ ବାଣସିହା ଗ୍ରାମର ଭଗବାନ ବଳଙ୍କ ପୁଅ ଚନ୍ଦନ (୨୮)ଙ୍କ ସହିତ ପ୍ରେମ ସଂପର୍କ ହେବା ପରେ ସୋରକୁ ପଳାଇ ଆସି କୋର୍ଟରେ ବିବାହ କରିଥିଲେ ।
ଏକ ଅପହରଣ ମାମଲାରେ ରାଜସ୍ଥାନ ପୁଲସ ସୋର ଥାନାରେ ପହଞ୍ଚି ଝିଅକୁ ଥାନାକୁ ଡକାଇ ମତାମତ ନେବା ପରେ ସେ ବିବାହ ସାର୍ଟିଫିକେଟ୍ ଦେଖାଇ ଏଠାରେ ଭଲରେ ରହିଥିବା ସଂପର୍କରେ ଜଣାଇବା ଆଉ ଫେରିବେ ନାହିଁ ବୋଲି ଜଣାଇବା ପରେ ପୁଲିସ୍ ଏବଂ ପରିବାର ଲୋକେ ନିରାଶ ହୋଇ ଫେରିଯାଇଥିବା ଦେଖାଯାଇଛି
