Odisha news

ଶ୍ରୀହିନ ହୋଇପଡିଛି ଖଇରା ବ୍ଲକ୍ : ପ୍ରଶାସନ ନଜର ପଡ଼ିବ କେବେ?

0

ଖଇରା : ଖଇରା ବ୍ଲକ୍ରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଖାଲି ପଡିଛି ବିଭିନ୍ନ ପଦବୀ । ଯାହା ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖଇରା ବ୍ଲକ୍ର ଦୁଇଲକ୍ଷରୁ ଉଦ୍ଧ୍ୱର୍ ଜନତା । ଖଇରା ବ୍ଲକ୍ରେ ୩୭ଗୋଟି ପଞ୍ଚାୟତ ରହି ବାଲେଶ୍ୱର ଜିଲ୍ଲାର ଦ୍ୱିତୀୟ ବୃହତ୍ତ ବ୍ଲକ୍ ଭାବେ ପରିଚିତ । ହେଲେ ଏଠି ବ୍ଲକ୍ ଅଛି ସତ କିନ୍ତୁ ନାହାଁନ୍ତି କର୍ମଚାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ହେଲେ ନାହାଁନ୍ତି ଡାକ୍ତର । ସେହିଭଳି ତହସିଲରେ ଅତିରିକ୍ତ ତହସିଲଦାରଙ୍କ ପଦବୀ ଖାଲିପଡିଥିବା ବେଳେ ବିଭିନ୍ନ ପଞ୍ଚାୟତରେ ଥିବା ବିଦ୍ୟାଳୟ ମାନଙ୍କରେ ପ୍ରଧାନ ଶିକ୍ଷକଙ୍କ ସମେତ ବହୁ ବିଭାଗର ଶିକ୍ଷକ ମାନଙ୍କର ଅଭାବ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଖଇରା ବ୍ଲକ୍ର ଅଞ୍ଚଳବାସୀଙ୍କ ଦୁଃଖ କେବେ ଦୂର ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ପ୍ରକାଶ ଥାଉକି ବ୍ଲକ୍କୁ ଆସୁଥିବା ବିଡିଓ ମାନଙ୍କୁ ପ୍ରତି ୪ମାସରୁ ୬ମାସ ଅନ୍ତରରେ ଏଠାରୁ ଅନ୍ୟତ୍ର ବଦଳି କରାଯାଉଛି ।

ଯେଉଁଥି ପାଇଁ ବ୍ଲକ୍କୁ ନିଜର ସମସ୍ୟା ନେଇ ଆସୁଥିବା ଜନସାଧାରଣ ମାନେ ଅନେକ ସମୟରେ ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳୁଛି । ବିଡିଓ ମାନଙ୍କର ବାରମ୍ବାର ବଦଳିକୁ ନେଇ ଜନ ସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଥିବାବେଳେ ବ୍ଲକ୍ରେ କାର୍ଯ୍ୟରତ ଥିବା ଜେଇ ମାନଙ୍କର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା କାର୍ଯ୍ୟ ଗୁଡିକ ମଧ୍ୟରୁ କିଛି ସମ୍ମୁର୍ଣ୍ଣ ହୋଇସାରିଥିଲା ବେଳେ କିଛି ଅଧାକାମ ହୋଇ ପଡିରହିଛି । ହେଲେ ଯେଉଁ କାମଗୁଡିକ ସମ୍ପୂର୍ଣ୍ଣ ହୋଇଛି କାର୍ଯ୍ୟ କରିଥିବା ହିତାଧିକାରୀ ବର୍ଷ ବର୍ଷ ଧରି ବ୍ଲକ୍କୁ ଦୌଡି ଦୌଡି ନୟାନ୍ତ ହୋଇପଡିଥିଲେ ମଧ୍ୟ ଜେଇ ମାନେ ସେମାନଙ୍କୁ ବିଭିନ୍ନ ପ୍ରକାରର ଆଳ ଦେଖାଇ ବକେୟା ଅର୍ଥରାଶି ଦେଉ ନାହଁନ୍ତି । ଏପଟେ ମହାଜନଙ୍କ ଠାରୁ ଧାର କରଜ କରି କାର୍ଯ୍ୟ କରିଥିବା ହିତାଧିକାରୀ ମାନେ ସେମାନଙ୍କ ନିକଟରେ ଆକ୍ରୋଷର ଶିକାର ହୋଇ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି ।

୩୭ଗୋଟି ପଞ୍ଚାୟତରେ ୨୫ଜଣ ପିଇଓ ରହିଥିବାବେଳେ ୯ ଜଣ ଜିଆରଏସ କାର୍ଯ୍ୟରତ ଅଛନ୍ତି । ଏହାଛଡା ବ୍ଲକ୍ରେ ବହୁ ପଦ ପଦବୀ ଖାଲି ରହିଥିବା ର ନଜିର ରହିଛି । ସେହିପରି ଖଇରା ତହସିଲରେ ଅତିରକ୍ତ ତହସିଲଦାର ଓ ଥାନାରେ ବିଭିନ୍ନ ପଦବୀ ଖାଲିପଡିଥିବାରୁ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ସେହିଭଳି ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ପଦବୀ ମଧ୍ୟ ଖାଲି ପଡିଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କର ସମସ୍ୟା ସମାଧାନ ହୋଇପାରୁନାହିଁ । ଏହାସହିତ ବ୍ଲକ୍ରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକ ପଦବୀ ସହିତ ବହୁ ବିଭାଗର ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବହୁଦିନ ଧରି ପ୍ରଧାନଶିକ୍ଷକ ସଂସ୍କୃୁତ ଶିକ୍ଷକଙ୍କ ପଦବୀ ଖାଲି ପଡିଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ନେଇ ବୁଦ୍ଧିଜୀବ ଓ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

ପ୍ରକାଶ ଥାଉକି ତହସିଲରେ ଦୀର୍ଘଦିନ ଧରି ଇଣ୍ଟରନେଟ୍ ସେବା ନଥିବାରୁ ଛାତ୍ରଛାତ୍ରୀ ମାନେ କୌଣସି ସାର୍ଟିଫିକେଟ ନପାଇ ତାଙ୍କର ଭବିଷ୍ୟତକୁ ଅନ୍ଧାରକୁ ପେଲିଦେଉଛନ୍ତି । ସେହିପରି ରୁସ୍ତମପୁରର ଗୋବୀନ୍ଦଜୀଉ ଉଚ୍ଚ ବିଦ୍ୟାପୀଠର କାର୍ଯ୍ୟରତ ଥିବା ୩ଜଣ ଶିକ୍ଷକଙ୍କୁ ଏକସମୟରେ ଅନ୍ୟତ୍ର ବଦଳି କରିବା ପରେ ମାତ୍ର ସେହି ସ୍କୁଲରେ ସଂସ୍କୃତ, ହୀନ୍ଦି ଓ ଖେଳ ଶିକ୍ଷକଙ୍କୁ ନେଇ ସ୍କୁଲ ଚାଲିଛି । ଖଇରା ବ୍ଲକ୍ରେ ଶିକ୍ଷାର ମାନଦଣ୍ଡ ଦିନକୁ ଦିନ ଭୁଷୁଡି ପଡିବାରେ ଲାଗିଛି ।

ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସରଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର ଓ କର୍ମଚାରୀ ମାନଙ୍କର ପଦ ପଦବୀ ଖାଲି ପଡିଛି । ଯାହା ଫଳରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଭର କରି ଆସୁଥିବା ଦୈନିକ ଶହ ଶହ ରୋଗୀ ନିରାଶ ହୋଇ ବାଲେଶ୍ୱର ଓ ଭଦ୍ରକ ମେଡିକାଲକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଖଇରା ବ୍ଲକ୍ରେ ଥିବା ଏହିସବୁ ସମସ୍ୟା ପ୍ରତି ସରକାର, ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ଲୋକାମାନଙ୍କର ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply