ମୀରାବାଇଙ୍କ ଶିଶୁ ମନରେ କୃଷ୍ଣଙ୍କ ଛବି ଏପରି ରହିଥିଲା ଯାହା ଯୌବନରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସହିତ ଏହି ପ୍ରେମକୁ ଦେଖିବାକୁ ମିଳିଥିଲା l ସେ କୃଷ୍ଣଙ୍କୁ ନିଜର ସବୁକିଛି ଭାବୁଥିଲେ l ଯୋଦ୍ଧପୁରର ରାଠୋଡ଼ ରତ୍ନ ସିଂହଙ୍କର ଗୋଟିଏ ବୋଲି ଗେଲ୍ହା ଝିଅ ଥିଲେ ମୀରାବାଈ ଛୋଟ ବେଳୁ ସେ କୃଷ୍ଣଙ୍କ ଭକ୍ତିରେ ମଗ୍ନ ରହୁଥିଲେ l ମୀରାବାଈଙ୍କର କୃଷ୍ଣବ ପ୍ରେମ ଛୋଟବେଳର ଗୋଟିଏ ଘଟଣାକୁ ନେଇ ହୋଇଥିଲା ଯାହା ଚରମ ସୀମାରେ ପହଁଚିଥିଲା l ମୀରାବାଈଙ୍କ ପଡୋଶୀ ଘରକୁ ଗୋଟିଏ ବରଯାତ୍ରୀ ଆସିଥିଲେ l ସେହି ସମୟରେ ସମସ୍ତେଏ ଛାତ ଉପରେ ଠିଆହୋଇ ବର ଓ ବରଯାତ୍ରୀଙ୍କ ଦେଖୁଥିଲେ l ମୀରାବାଈ ମଧ୍ୟ ସେଠାରେ ଠିଆ ହୋଇ ବାରଂକୁ ଦେଖୁଥିଲେ l ମୀରାବାଈ ବରକୁ ଦେଖି ପଚାରିଲେ ମା ମୋ ବର କିଏ ଏହି ସମୟରେ ମୀରାବାଈଙ୍କ ମା କୃଷ୍ଣଙ୍କ ମୂର୍ତି ଆଡକୁ ହାତ ଦେଖାଇ କହିଲେ ଇଏ ହେଉଛନ୍ତି ତୋର ବର l
ଏହି କଥା ତାଙ୍କ ଚପଳ ମନରେ ରେଖାଟିଏ ସୃଷ୍ଟ କଲା l ଧୀରେ ଧୀରେ ତାଙ୍କର ଯୌବନ ଅବସ୍ଥା ପହଞ୍ଚିବାରୁ ବରପାତ୍ର ଖୋଜ ହେଲା l ବରପାତ୍ର ଖୋଜା ହେବାରୁ ମୀରା ବହୁତ ଦୁଃଖିତ ଥିଲେ ତଥାପି ତାଙ୍କର ବିବାହ ମହାରଣା ସାଙ୍ଗାଙ୍କ ପୁତ୍ର ଭୋଜରାଜଙ୍କ ସହିତ କରାଇ ଦିଆଗଲା l ବିଦା ହେଲାବେଳେ ଯେଉଁ କୃଷ୍ଣଙ୍କ ମୂର୍ତ୍ତିକୁ ତାଙ୍କ ମା ତାଙ୍କ ବର ବୋଲି କହିଥିଲେ ତାହାକୁ ସେ ସାଥିରେ ନେଇ ଚାଲିଗଲେ l ବିବାହର ୧୦ ବର୍ଷ ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା l ସେ ସମସ୍ତ ଲଜ୍ୟା ଓ ପରମ୍ପରାକୁ ଆଡେଇ କୃଷ୍ଣ ପ୍ରେମରେ ମଗ୍ନ ରହୁଥିଲେ l ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଶଶୁର ଘରର ଲୋକମାନେ ମୀରାବାଈଙ୍କ ଉପରେ ଖୁବ ଅତ୍ୟାଚାର କରିଥିଲେ l ମୀରାବାଈଙ୍କ ଦିଅର ରାଣା ବିକ୍ରମଜିତଙ୍କୁ ସାଧୁ ସନ୍ଥ ପୂଜା ପାଠ କିଛି ବି ପସନ୍ଦ ନଥିଲା l ମୀରାବାଈ କୃଷ୍ଣଙ୍କ ମନ୍ଦିରରେ ଯାଇ କୃଷ୍ଣ ଭକ୍ତଙ୍କ ସହିତ କୃଷ୍ଣ ଭଜନ ଗାଈ ନାଚୁଥିଲେ l
ମୀରାବାଈଙ୍କ କୃଷ୍ଣ ପ୍ରେମକୁ ଦେଖି ତାଙ୍କ ଶଶୁର ଘର ଲୋକ ଲୋକଲଜ୍ୟା କାରଣରୁ ବିଷ ପିଆଇ ମାରିବାକୁ ଚେଷ୍ଟା କରିଥିଲେ l ମୀରାବାଈଙ୍କର ଏହି ବିଷ ମଧ୍ୟ କୃଷ୍ଣ ପ୍ରେମରେ ଅମୃତ ହୋଇଯାଇଥିଲା l ସେହି ବିଷକୁ ସେ ପାନକରି ସେ ଜୀବନ୍ତ ମଧ୍ୟ ରହିଥିଲେ କିନ୍ତୁ କୃଷ୍ଣଙ୍କୁ ଛାଡି ପରି ନଥିଲେ l ଶାଶୂଘର ଲୋକ ତାଙ୍କୁ ବାହାର କରିଦେବା ପରେ ସେ ଦ୍ୱାରିକା ଓ ବୃନ୍ଦାବନରେ ଯାଇ କୃଷ୍ଣଙ୍କ ଭଜନ ଗାଇଲେ l ମୀରାବାଈଙ୍କର କୃଷ୍ଣ ପ୍ରେମ ଆପାରିଥିଲା ଯାହା ଦୁନିଆର ସବୁ ପ୍ରେମଠାରୁ ଉର୍ଦ୍ଧରେ ଥିଲା l ଗୋଟିଏ ରାଜା ପରିବାରର ହୋଇ ମଧ୍ୟ ସେ ସବୁ କିଛି ତ୍ୟାଗ କରି କୃଷ୍ଣଙ୍କ ପାଇଁ ପାଗଳ ଥିଲେ l
ମାନ୍ୟତା ଅନୁସାରେ ମୀରାବାଈ ପୂର୍ବ ଜନ୍ମରେ ବୃନ୍ଦାବନ ଗୋଟିଏ ଗୋପୀଟିଏ ଥିଲେ ଓ ରାଧାଙ୍କର ମୁଖ୍ୟ ସଖୀ ଥିଲେ ରାଧାଙ୍କର କୃଷ୍ଣଙ୍କ ପ୍ରତି ଅହେତୁକ ପ୍ରେମ ଦେଖି କୃଷ୍ଣଙ୍କ ପାଖରୁ ଦୁରେଇ ଯାଇଥିଲେ l କିନ୍ତୁ କୃଷ୍ଣଙ୍କୁ ମନେ ମନେ ଖୁବ ଭଲ ପାଉଥିଲେ l ସେହି ସମୟରେ ବୃନ୍ଦାବନର ଗୋଟିଏ ଗୋପାଳ ସହିତ ତାଙ୍କର ବିବାହ କରାଇ ଦିଆଯାଇଥିଲା l ବିବାହ ପରେ ମଧ୍ୟ ତାଙ୍କ ମନରୁ କୃଷ୍ଣଙ୍କ ପ୍ରେମ ସମାପ୍ତ ହେଲା ନାହିଁ l ତାଙ୍କ ଶାଶୁ ସେହି ଗୋପିଟିକୁ ଘରେ ବନ୍ଦ କରି ରଖିଥିଲେ l ସେହି ଅବସ୍ଥାରେ ରହି ମଦ୍ୟ ଗୋପିଟି କୃଷ୍ଣଙ୍କୁ ଝୁରି ଝୁରି ମରିଗଲା l ଏହା ପରେ ଗୋପିଟି ମୀରାଙ୍କ ରୂପରେ ଜନ୍ମ ନେଲା l
