Odisha news

ଭୁବନେଶ୍ୱର ଏବଂ ବାଙ୍ଗାଲୋର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

0

ରେଳ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଅକ୍ଟୋବର ମାସ ୧୨ ତାରିଖ ଠାରୁ ଭୁବନେଶ୍ୱର ରୁ ଏବଂ ୧୩ ତାରିଖ ଠାରୁ ବାଙ୍ଗାଲୋରରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ମଧ୍ୟରେ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଅଛି I

08463 ଭୁବନେଶ୍ୱର-ବାଙ୍ଗାଲୋରର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ରୁ ଅକ୍ଟୋବର ମାସ ୧୨ ତାରିଖ ଠାରୁ ପ୍ରତ୍ୟହ ସକାଳ ୫ଘ.୩୦ମି.ରେ ଛାଡି ତା ପରଦିନ ମଧ୍ୟାହ୍ନ ୧୨ଘ.୦୫ମି.ରେ ବାଙ୍ଗାଲୋର ଠାରେ ପହଞ୍ଚିବ |  ଫେରିବା ମାର୍ଗରେ, 08464 ବାଙ୍ଗାଲୋର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ବାଙ୍ଗାଲୋରରୁ ଅକ୍ଟୋବର ମାସ ୧୩ ତାରିଖ ଠାରୁ ପ୍ରତ୍ୟହ ଅପରାହ୍ନ ୧ଘ.୪୦ମି.ରେ ଛାଡି ଭୁବନେଶ୍ୱରରେ ତା ପରଦିନ ରାତ୍ର ୯ଘ.୦୫ମି.ରେ ପହଞ୍ଚିବ |

ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି -3 ଟାୟାର, ଏଗାର ଟି ଦ୍ଵିତୀୟ ଶ୍ରେଣୀ ସ୍ଲିପର, ଚାରି ଟି
ସାଧାରଣ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି |

Leave A Reply