Odisha news

କରୋନାରୁ ସୁସ୍ଥ ହେବାପରେ ୪ ଜଣ ପ୍ଲାଜମା ଦାନକାରୀଙ୍କୁ ଜିଲ୍ଲାପାଳଙ୍କ ଧନ୍ୟବାଦ ଅର୍ପଣ

0

ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲାରେ କୋଭିଡରେ ଆକ୍ରାନ୍ତ ହେବାପରେ ସୁସ୍ଥ ହୋଇ ହୋମ କ୍ୱାରେଣ୍ଟାଇନ ଅବଧି ଶେଷ କରିବାପରେ କଟକରେ ଥିବା କମ୍ପୋନେଣ୍ଟ ସେପାରେଟର ୟୁନିଟରେ ଯାଇ କୋଭିଡ ରୋଗୀମାନଙ୍କ ସହାୟତା କରିବାପାଇଁ ନିଜର ପ୍ଲାଜମା ଦାନ କରିଥିବାରୁ ସେମାନଙ୍କୁ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ ଜରିଆରେ ସେମାନଙ୍କର ଏହି ମହତ୍ୱପୁର୍ଣ୍ଣ ଅବଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କୋଭିଡ ଯୋଦ୍ଧା ମାନେ ବିଭିନ୍ନ ଦିନରେ କରୋନାରେ ଆକ୍ରନ୍ତ ହେବାପରେ ସୁସ୍ଥ ହୋଇ ସ୍ୱତଃପ୍ରବୃତ ଭାବରେ ଯାଇ ଏହି ଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ଥାପନ ବିଭାଗ ଅଧିକାରୀ ରବିନ ଚର୍ଚ୍ଚିଲ ମିଶ୍ର,ଏବଂ ଜିଲ୍ଲାର ବିଭିନ୍ନ ଅଂଚଳରେ କାର୍ଯ୍ୟ କରୁଥିବା ପି୍ରୟବ୍ରତ ସାହୁ,ଷ୍ଟିଭେନ ଦିଗାଲ ଓ ଗଦାଧର ପ୍ରଧାନ ରହିଛନ୍ତି । ଏହି ପ୍ଲାଜମା ଦାତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କୁ ମଧ୍ୟ ପୋ୍ରସôାହିତ କରିବ ବୋଲି କୁହାଯାଇଛି ।

Leave A Reply