Odisha news

ଏକୁଟିଆ ପଣରେ ବିବ୍ରତ ହୋଇ ନିଜକୁ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଲେ ଫେସବୁକରେ

0

ନୂଆଦିଲ୍ଲୀ :କରୋନା ମହାମାରୀ ସମୟରେ ସାରା ବିଶ୍ୱର ଜୀବନ ଜାପାନ ଶୈଳୀ ପରିବର୍ତ୍ତନ ହୋଇ ଯାଇଛି l ଏହି ସମୟରେ କିଛି ଲୋକ ଲକଡାଉନ .କାରଣରୁ ଅବସାଦର ସମ୍ମୁଖୀନ ହୋଇଛନ୍ତି l ଏହି ସମୟରେ ଗୋଟିଏ ଅଦ୍ଭୁତ ତଥ୍ୟ ସାମ୍ନାକୁ ଆସିଛି ,ଯେଉଁଠାରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ନିଜ ଏକୁଟିଆ ପଣରେ ବିବ୍ରତ ହୋଇ ନିଜକୁ ଫେସବୁକରେ ସେଲରେ ଲଗାଇ ଦେଇଛି l ଏହି ଘଟଣାଟି ଘଟିଛି ବ୍ରିଟେନରେ l ବ୍ରିଟେନର ନାର୍ଥସାୟରରେ ରହୁଥିବା ୩୦ ବର୍ଷୀୟ ଏଲାନ ଗତ ୧୦ ବର୍ଷରୁ ଅବୀଭାହିତ ଅଛନ୍ତି ସେ ଅନେକ ଗୁଡିଏ ଆଧୁନିକ ଯୁଗର ଆପ ବ୍ୟବହାର କରି ନିଜ ପାଇଁ ବାନ୍ଧବୀ ଖୋଜିଥିଲେ ,କିନ୍ତୁ ତାଙ୍କୁ ମିଳିନଥିଲା l

ତାପରେ ସେ ଗୋଟିଏ ଉପାୟ ବାହାର କଲେ l ଏଲାନ ପେସାରେ ଜଣେ ଡ୍ରାଇଭର ଅଟନ୍ତି l ସେ ଫେସବୁକରେ ନିଜକୁ ବିକ୍ରି କରିବା ପାଇଁ ଚିନ୍ତା କଲେ l ସେ ନିଜକୁ ଫେସବୁକରେ ବିକ୍ରି କରିବା କଥା ସେୟାର କରିବା ପରେ ଲୋକମାନଙ୍କର ଭଲ ପ୍ରତିକ୍ରିୟା ଆସିଥିଲା l ଏଲାନଙ୍କର ଏହି ଫେସବୁକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରlଲ ହେବାରେ ଲାଗିଛି ଏହି ପୋଷ୍ଟରେ ସେ ନିଜର ଅନେକ ଫୋଟୋ ମଧ୍ୟ ସେୟାର କରିଥିଲେ l ତାଙ୍କର ପୋଷ୍ଟ ପରେ ଅଧିକାଂଶ ଝିଅ ତାଙ୍କ ସହିତ ବନ୍ଧୁତା କରିବାକୁ ଅନୁରୋଧ କରିଛନ୍ତି l ଏହି କଥାକୁ ନେଇ ବର୍ତ୍ତମାନ ଏଲାନ ଖୁସି ଅଛନ୍ତି ଯେ ତାଙ୍କୁ ମଧ୍ୟ ଝିଅମାନେ ପସନ୍ଦ କରୁଛନ୍ତି l

Leave A Reply