Odisha news

ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ , ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ ଶୋଭଯାତ୍ରା ଓ ବିକ୍ଷୋଭ

0
ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ଚନ୍ଦ୍ରଶେଖରପୁର ନାଲ୍‌କୋ ଛକସ୍ଥିତ ଗାନ୍ଧୀ ପାର୍କଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପିସିସି କାର୍ଯ୍ୟାଳୟ ଠାରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହାପରେ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଉପରେ ଉତରପ୍ରଦେଶ ଠାରେ ହୋଇଥିବା ଯୋଗୀ ସରକାର ପ୍ରାୟୋଜିତ ବର୍ବୋରୋଚିତ ଆକ୍ରମଣ ପ୍ରତିବାଦରେ ଏକ ବିରାଟ ଶୋଭଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକଠାରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ଅମୀୟ ପାଣ୍ଡବ, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ରଜନୀ ମହାନ୍ତି, ରସିକଚାନ୍ଦ ପଟ୍ଟନାୟକ, ବିଶ୍ୱଜିତ ଦାସ, ପ୍ରକାଶ ମିଶ୍ର, ସୁଶାନ୍ତ ତ୍ରିପାଠୀ, ଜ୍ୟୋତିଷ ସାହୁ, କନକଲତା ମଲ୍ଲିକ, ଲିଙ୍ଗରାଜ ସାହୁ, ଦୀପକ ମହାପାତ୍ର, କୈଳାସ ସାହୁ, ଆଲୋକ ମହାନ୍ତି, ମନୋରଞ୍ଜନ ରାଉତରାୟ, ସଂଜୟ ମିଶ୍ର, ସଂକୁନା କହଁର, ମହମ୍ମଦ ଶାହାଦୁଲ୍ଲା, ରାଜକିଶୋର ବାରିକ, ଦେବେନ୍ଦ୍ର ପ୍ରସାଦ ଦାସ, ପ୍ରଦୀପ ସ୍ୱାଇଁ, ବୁନା ମହାନ୍ତି, ଚିଂଟୁ ଦାସ, ତାପସ ସେଠୀ, ମନୋରଞ୍ଜନ କୁଣ୍ଡୁ, ଅଜୟ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Nalco
Leave A Reply