କେନ୍ଦ୍ରାପଡା-୨୬/୦୯(Rabindra Dash) : କେନ୍ଦ୍ରାପଡା ପୈାରାଂଚଳର ଜଇପୁରା ଗ୍ରାମର କେନ୍ଦ୍ରାପଡା ହାଇସ୍କୁଲ ପଛପଟ ରେ ପ୍ରାୟ ୨୦ ବର୍ଷ ତଳେ ଟେଲିଫୋନ ବିଭାଗର ମାଇକ୍ରୋ ଓଏଭ କାର୍ଯ୍ୟାଳୟ ପାଇଁ ଏକ ଅଫିସ ଗୃହ ନିର୍ମାଣ କରା ଯାଇଥିଲା । ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ ଘର ନିର୍ମାଣ କରା ଯାଇଥିଲେ ମଧ୍ୟ ବିଭାଗୀୟ ନିଷ୍ପତି ଅନୁଯାୟୀ କାର୍ଯ୍ୟାଳୟଟି ସେଠାରେ କାର୍ଯ୍ୟକାରୀ କଲାନାହିଁ । ତେବେ ଏହି ଘରଟି ବାହାରପଟୁ ତାଲା ପଡି ରହିଛି । କିନ୍ତୁ ସେଥିରେ ଲାଗିଥିବା ଝରକା ଗୁଡିକୁ ଭାଙ୍ଗି ଅସାମାଜିକ ଓ ଅପରାଧି ମାନେ ରାତିରେ ଘର ଭିତରେ ପଶି ଆଡା ଜମାଉଥିବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି ।
ଦୀର୍ଘ ୧୫ବର୍ଷ ହେଲା ଏହି କାର୍ଯ୍ୟାଳୟ ଟି ଟେଲିଫୋନ ବିଭାଗକୁ ହସ୍ତାନ୍ତର କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାରେ କୈାଣସି ଅଫିସ ହେଉନାହିଁ । ଏହାର ସୁଯୋଗ ନେଇ ଅସାମାଜିକ ମାନେ ବହୁ ସଂଖ୍ୟାରେ ଏଠି ଆଡା ଜମାଇ ନିଶାଦ୍ରବ୍ୟ ସେବନ କରିବା, ପାଟିତୁଣ୍ଡ କରିବା, ଜୁଆ ଖେଳିବା ପ୍ରଭୃତି କାର୍ଯ୍ୟ କରୁଛନ୍ତି । ଯାହା ଫଳରେ ସ୍ଥାନୀୟ ଅଂଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ତୁରନ୍ତ ପୋଲିସ ପ୍ରଶାସନ ଏହି ଘର ଉପରେ ନଜର ରଖି ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ନିର୍ମାଣ ହୋଇଥିବା ଏହି ଗୃହକୁ କାର୍ଯ୍ୟରେ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି ।
