Odisha news

ବୋଲଗଡ ବ୍ଲକରେ ଯୁଦ୍ଧକାଳୀନ ଭିତିରେ କରୋନାର ଟେଷ୍ଟ ଚାଲିଛି

0

ବୋଲଗଡ଼, ତା୨୬.୦୯ : କରୋନା ମହାମାରୀ ବିଶ୍ୱରେ ଆତଙ୍କରାଜ ଚଳାଇଥିବାବେଳେ ସାରା ବିଶ୍ୱ ବର୍ତ୍ତମାନ ଭୟଭୀତ ହୋଇ ରହିଛି । ସେଥି ମଧ୍ୟରୁ ଭାରତବର୍ଷ ବାଦ ପଡିନାହିଁ । ସାରା ଭାରତକୁ କରୋନା ଗ୍ରାସ କରିଥିବା ବେଳେ ଓଡିଶାରେ ଏହା ମଧ୍ୟ ତାର କାୟା ବିସ୍ତାର କରିଚାଲିଛି । କରୋନାରୁ ମୁକ୍ତି ପାଇବାକୁ ହେଲେ ସରକାରଙ୍କ କଠୋର ନିଦେ୍ର୍ଦଶାବଳୀ ଅନୁସାରେ ସାମାଜିକ ଦୁରତା,ମାସ୍କ ପରିଧାନ,ବ୍ୟାପକ ଭାବରେ ରୋଗୀଙ୍କୁ ଚିହ୍ନଟ କରି ଥଇଥାନ କରିବାକୁ ପ୍ରାଥମିକତା ଦେଉଛନ୍ତି ।

ଶନିବାର ବୋଲଗଡ ପଞ୍ଚାୟତର ଫାସିଓଦା ଗ୍ରାମପଞ୍ଚାୟତରେ ପଞ୍ଚାୟତ ନୋଡାଲ ଅଫିସର ସଞ୍ଜୟ କୁମାର ରଥ ,ସରପଞ୍ଚ ବ୍ରଜ ପାତ୍ର ଏବଂ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମର ସଦସ୍ୟ ଜ୍ୟୋତିବିନ୍ଦୁ ପଟ୍ଟନାୟକ,ଜିତେନ୍ଦ୍ର ଦାସ, ସବିତା ବାରିକ,ଝିଲି ଦଳେଇଙ୍କ ସହଯୋଗରେ ୧୩ଜଣଙ୍କର ଆଣ୍ଟିଜେନ ଟେଷ୍ଟ ଏବଂ ୩୫ଜଣଙ୍କର ସ୍ୱାବ ନମୁନା ପରୀକ୍ଷଣ କରାଯାଇଥିଲା ।

ଏହି ଟେଷ୍ଟରେ ଗର୍ଭବତି ମହିଳାଙ୍କୁ ଅଧିକ ପ୍ରାଧ୍ୟାନ ଦିଆଯାଇଥିବା ଟେକନିସିଆନ ଜିତେନ୍ଦ୍ର ଦାସଙ୍କ ଠାରୁ ପ୍ରକାଶ । ସେହିପରି ମାଣିବନ୍ଧଠାରେ ଥିବା ସ୍ୱାବଟେଷ୍ଟ ସେଣ୍ଟରରେ ଆରଟିପିସିଆର ୧୨ଜଣ ଏବଂ ୨୫ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଥିବା ସୂଚନା ରହିଛି । କରୋନା ମହାମାରୀ ସମୟରେ ଗ୍ରାମକୁ ଫେରିଥିବା ୧୪୭୧ଜଣ ପ୍ରବାସୀଙ୍କ ମଧ୍ୟରୁ ସରକାରୀ ନିଦେ୍ର୍ଦଶ ଅନୁସାରେ ୯୭୪ଜଣଙ୍କୁ ଦୁଇହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବାବେଳେ ଜୁଲାଇ ୧ ତାରିଖ ପରେ ଫେରିଥିବା ୪୯୭ଜଣ ପ୍ରବାସୀଙ୍କୁ ପ୍ରୋସôାହନ ରାଶି ନମିଳିବା ସରକାରୀ କଳର ଏକ ଅପାରଗତା ବୋଲି ଆଲୋଚ୍ୟ ବିଷୟ ହୋଇଛି ।

ବୋଲଗଡ ବ୍ଲକରେ ଆଜି ପର୍ଯ୍ୟନ୍ତ ସମୁଦାୟ ୭୭୯ଜଣ କରୋନାରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୭୨୪ଜଣ ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫ଜଣ ରୋଗୀ ମୃତୁ୍ୟବରଣ କରିଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ କରୋନା ରୋଗୀସୁସ୍ଥ ହେବାରେ ୯୪ପ୍ରତିଶତ ସଫଳତା ରହିଥିବା ବ୍ଲକ ନୋଡାଲ ଅଧିକାରୀ ସୈାମ୍ୟରଞ୍ଜନରାୟଙ୍କ ଠାରୁ ପ୍ରକାଶ ।

Nalco
Leave A Reply