ସାଲେପୁର, ୨୫ ।୯- ସଉରୀ ପଞ୍ଚାୟତ ପଟଣା ଗ୍ରାମର ଜନୈକ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ଉକ୍ତ ସ୍ଥାନକୁ ସମତୁଲ କରି ଇଟାଭାଟି ନିର୍ମାଣ କରିବା ଉଦେ୍ଦଶ୍ୟରେ ଯୋଜନା କରୁଥିବାବେଳେ ସର୍ବସାଧାରଣ ସ୍ଥାନରେ ଥିବା ଏକାଧିକ ଗଛକୁ କାଟି ଅନ୍ୟତ୍ର ବିକ୍ରି କରିଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କଲାପରେ ଆଜି ସାଲେପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚô ସରଜମିନ୍ ତଦନ୍ତ କରି ମାପଚୁପ କରିବା ସହ ଉକ୍ତ ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିଥିବା ଜଣାଯାଇଛି ।
ପ୍ରକାଶ ସେ ସାଲେପୁର ତହସିଲ ଅନ୍ତର୍ଗତ ସଉରୀ ପଞ୍ଚାୟତ ଅଧିନ ପଟଣା ଗ୍ରାମର ସର୍ବସାଧାରଣ ଖାତା ନଂ-୩୩୭, ପ୍ଲଟ୍ ନଂ-୫୫୯, ଏ୦.୦୪୦ଡି. ଓ ପ୍ଲଟ୍ ନଂ-୫୬୦, ଏ୦.୨୦୦ଡି.କୁ ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଗତ ୨୨ତାରିଖ ସନ୍ଧ୍ୟା ସମୟରେ ସରକାରୀ ପ୍ଲଟ୍ ଓ ରାସ୍ତା ପାଶ୍ୱର୍ରେ ଥିବା ତାଳ ଓ ଦେବଦାରୁ ଗଛକୁ କାଟି ବିକ୍ରି କରିବା ସହ ସରକାରୀ ପ୍ଲଟ୍କୁ ଜେ.ସି.ବି. ଓ ଟ୍ରାକ୍ଟର ଲଗାଇ ମାଟିକୁ ସମତୁଲ କରି ଜବରଦଖଲକୁ ନେଇ ସେଠାରେ ଏକ ସିମେଣ୍ଟ୍ ଇଟା କାରଖାନା ଫ୍ୟାକ୍ଟ୍ରି କରିବାକୁ ଉଦ୍ୟମ କରିଥିଲେ । ଏ ସଂପର୍କରେ ସ୍ଥାନୀୟ ଗ୍ରାମବାସୀ ତହସିଲଦାରଙ୍କୁ ଅଭିଯୋଗ କରିବାପରେ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓଙ୍କ ନିର୍ଦେଶ କ୍ରମେ ସଉରୀ ଆର.ଆଇ. ଓ ଅମୀନଙ୍କ ସହ ତହସିଲ କାର୍ଯ୍ୟାଳୟର ଅମିନ ମାଧ୍ୟମରେ ଆଜି ଉକ୍ତ ଜାଗାକୁ ଚିହ୍ନଟ କରାଯାଇ ସରକାରୀ ପ୍ଲଟ୍କୁ ଅବରୋଧ ମୁକ୍ତ କରାଯାଇଛି । ଅବରୋଧକାରୀଙ୍କ ଠାରୁ ଜରିମାନା ଆଦାୟ କରଯାଇଥିବା ଜଣାଯାଇଛି ।
