ବାରଙ୍ଗ,୨୫/୯(ସବୁ୍ୟ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ୨ଟି ଜନ୍ମ ହୋଇଥିବାବେ ୨ଟି ଜୀବଜନ୍ତୁଙ୍କର ମୃତୁ୍ୟ ଘଟିଛି ।୩୯ନଂଏନକ୍ଲୋଜରରେ ରହିଥିବା ସମ୍ବର ଗୋଟିଏ ଚୁଆକୁ ଜନ୍ମ କରିଛି ।ଏହି ଜନ୍ମିତ ଶାବକଟି ଦୁର୍ବଳ ହୋଇଥିବାରୁ ତାକୁ କର୍ମଚାରୀମାନେ ଲାଳନପାଳନ କରୁଥିବାର ଜଣାପଡିଛି ।ଏହି ଜନ୍ମିତ ଶାବକକୁ ମିଶାଇଲେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯କୁ ବୃଦ୍ଧି ପାଇଛି ।
୩୮ନଂ ଏନକ୍ଲୋଜରରେ ରହୁଥିବା ବାରାଶିଙ୍ଗା ଗୋଟିଏ ଛୁଆ ଜନ୍ମ ଦେବାରୁ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୧୨ରେ ପହଁଚିଛି । ସେହିଭଳିଭାବେ ୩୬ବି ଏନ୍କ୍ଲୋଜରରେ ରହୁଥିବା କୁଟ୍ରା ଶୁକ୍ରବାରଦିନ ମୃ ତୁ୍ୟବରଣ କରିଛି ।ଏହାସହ ଗୁରୁବାରଦିନ ୨୯ସିଏନ୍କ୍ଲୋଜର ରେ ରହୁଥିବା ଏକ ମାଇ ଗୁରାଣ୍ଡି ପ୍ରସବ ଜନିତ କଷ୍ଟ ସହ୍ୟନକରିପାରିବାରୁ ମୃତୁ୍ୟବରଣ କରିଛି ।ଯାହାଫଳରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୧୬ରେ ପହଁଚିଛି ।
