ବୁଗୁଡ଼ା :-୧୬/୯ ବୁଗୁଡ଼ା ବ୍ଲକ୍ ଅନ୍ତରପଡା ପଞ୍ଚାୟତ ଅନ୍ତର୍ଗତ ବେଲପଡାଠାରେ ଏକାଠି ବନ୍ଧା ଯାଇଥିବା ଅବସ୍ଥାରେ ୫ ଟି ମଇଁଷି କୂଅରେ ପଡ଼ିଥିବା ଓ ସେଥିରୁ ୩ଟି ମଇଁଷି ଜୀବିତ ଉଦ୍ଧାର ହୋଇଥିବା ପ୍ରକାଶ। ହିଞ୍ଜିଳି ଥାନା ଅଞ୍ଚଳର ମହୁରୀ ପଣା ଗ୍ରାମର ବାବୁଲା ମହାନ୍ତି ଏଇ ବ୍ଲକ୍ ଅନ୍ତର୍ଗତ ମାଣିତରାରୁ ୫ ଟି ମଇଁଷି ଗୋଟିଏ ପଘାରେ ଜାଉଁଳି କରି ବାନ୍ଧି ନେଉଥିବା ବେଳେ, କୌଣସି କାରଣରୁ ମଇଁଷି ଗୁଡିକ ଚମକ ପଡି ହଠାତ୍ ଏକ କୂଅରେ ପଡିଯାଇଥିଲେ। ଗ୍ରାମବାସୀ ଖବର ପାଇ ଦମକଳ ବାହିନୀକୁ ଖବର ଦେଇ ନିଜେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ମଧ୍ଯ ୩ଟିକୁ ଜୀବିତ ଅବସ୍ଥାରେ ଓ ଅନ୍ୟ ଦୁଇଟିକୁ ମୃତ୍ୟବସ୍ଥାରେ କୂଅରୁ ଉଦ୍ଧାରେ କରିଥିବା ଜଣାପଡିଛି।
