Odisha news

ପାକିସ୍ତାନ ଓ ଚୀନ୍‌ରୁ ଭାରତକୁ ଆସୁଛି ଡ୍ରଗ୍ସ : ରବି କିଷନ

0

ନୂଆଦିଲ୍ଲୀ : ବିଜେପି ସାଂସଦ ତଥା ଅଭିନେତା ରବି କିଷନ ‘ଚଳଚ୍ଚିତ୍ର ଜଗତରେ ଡ୍ରଗ୍ସ କାରବାର’ କଥା ସଂସଦରେ ଉତ୍‌ଥାପନ କରିଛନ୍ତି। ସେ କହିଛନ୍ତି, ଆମ ଦେଶର ଯୁବପିଢ଼ିଙ୍କୁ ନଷ୍ଟ କରିବାକୁ ଏହା ପାକିସ୍ତାନ ଓ ଚୀନ୍‌ର ଷଡ଼ଯନ୍ତ୍ର। ଡ୍ରଗ୍ସ୍‌ର ଚୋରା ଚାଲଣ ଏବେ ଦେଶର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ପ୍ରତିବର୍ଷ ପାକିସ୍ତାନ ଓ ଚୀନ୍‌ରୁ ଡ୍ରଗ୍ସ ଚୋରା ଚାଲଣ ହେଉଥିବା ବେଳେ ପଞ୍ଜାବ ଓ ନେପାଳ ଦେଇ ଏହା ଦେଶ ଭିତରକୁ ପ୍ରବେଶ କରୁଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନ୍‌ସିବିର ତଦନ୍ତ ବେଶ୍‌ ଉତ୍ସାହଜନକ ରହିଥିବା ବେଳେ ଆମ ଚଳଚ୍ଚିତ୍ର ଜଗତ ଡ୍ରଗ୍ସ କବଳରେ କବଳିତ ବୋଲି ଜାଣିବାକୁ ମିଳିଲାଣି। କେନ୍ଦ୍ର ସରକାରଙ୍କୁ ଏତିକି ଅନୁରୋଧ, ଏ ମାମଲାରେ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ସହ ଆମେ ଦେଶର ଯୁପପିଢ଼ିଙ୍କୁ ନଷ୍ଟ କରିବା ପଛରେ ପଡ଼ୋଶୀ ରାଷ୍ଟ୍ରମାନଙ୍କର ଏହି ଘୃଣ୍ୟ ଷଡ଼ଯନ୍ତ୍ରର ଅନ୍ତ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

Govt
Leave A Reply