Odisha news

ଘଟଗାଁ ବ୍ଲକରେ ପୁଣି 7 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଘଟଗାଁ : ଘଟଗାଁ ବ୍ଲକରେ ପୁଣି 7 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଥିବା ଜଣାଯାଏ। ଉପରଡ଼ିହା,  ମୁକୁନ୍ଦପୁରପାଟଣା  ଓ ତରା ପଞ୍ଚାୟତରୁ ଏହି ଆକ୍ରାନ୍ତ ମାନେ ଚିହ୍ନଟ ହୋଇଥିବା ଖବର ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତେଜରାତି ଦୋକାନୀ, ଜଣେ ମା ତାରିଣୀ ମନ୍ଦିର କର୍ମଚାରୀ, ଜଣେ ବାସନ କୁସନ ଦୋକାନୀ ଓ ଅନ୍ୟ ୩ ଜଣ ସାଧାରଣ ଲୋକ ଅଟନ୍ତି। ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ମୁକୁନ୍ଦପୁରପାଟଣା ପଞ୍ଚାୟତ ତରଫରୁ ଶ୍ରୀରାମ ମାର୍କେଟକୁ ୩୬ ଘଣ୍ଟା ସଟ ଡାଉନ କରାଯାଇଛି ଏବଂ ଆକ୍ରାନ୍ତଙ୍କ ଦୋକାନକୁ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ରାପିଡ଼ ଟେଷ୍ଟ କିଟ ଯୋଗେ ଏବେ ପ୍ରତ୍ୟେକ ଦିନ ପ୍ରାୟ ୩୫୦୦/୪୦୦୦ ଲୋକଙ୍କର ପରୀକ୍ଷା ହେବାସହ ପଜିଟିଭ ମାନଙ୍କୁ ଲକ୍ଷଣ ଯାଞ୍ଚ କରାଯାଇ ଆବଶ୍ୟକ ସ୍ଥଳେ ସ୍ବଗୃହ ସଂଗରୋଧ ରେ ରଖାଯାଉଛି। ପ୍ରତିଷେଧକ ମୂଳକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇ ଅଞ୍ଚଳକୁ ବିଶୋଧଲ କରାଯାଇଛି । ସ୍ୱତନ୍ତ୍ର ମେଡିକାଲ ଟିମ ଦ୍ୱାରା କଣ୍ଟାକ୍ଟ ଟ୍ରେସିଂ କରାଯାଉଅଛି ସୂଚନା ଅନୁଯାୟୀ  ଘଟଗାଁ ବ୍ଲକରେ ଏଯାବତ ସମୁଦାୟ ୭୪ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସ୍ୱାଭାବିକ ଜୀବନଯାପନ କରୁଛନ୍ତି।

Leave A Reply