ସାଲେପୁର : ସାଲେପୁର ହାଇସ୍କୁଲ ପରିସରରେ ଗୁରୁପୂଜନ ସମିତି ପକ୍ଷରୁ ରାଜ୍ୟ ସ୍ତରୀୟ ଗୁରୁଦିବସ ଓ ସମ୍ବର୍ଦ୍ଧନା ସଭା କମିଟିର ସଭାପତି ଅକ୍ଷୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ଭାରତରତ୍ନ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମେଶ ଚନ୍ଦ୍ର ପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକ ସମାଜର ଗୁରୁଦାୟିତ୍ୱ ସଂପର୍କରେ ସୂଚନା ଦେବା ସହ ଶିକ୍ଷକମାନଙ୍କ ଅବଦାନ ଆମ ଜାତି ପାଇଁ ଅତୁଳନୀୟ ବୋଲି କହିଥିଲେ । ମୁଖ୍ୟବକ୍ତା ରୂପେ ସାଲେପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଯୋଗଦେଇ ଗୁରୁମାନଙ୍କର ଆଦର୍ଶକୁ ଆଜିର ଛାତ୍ର ସମାଜ ଗ୍ରହଣ କରିବାକୁ ପରାମର୍ଶ ଦେବା ସହ ସଦା ସର୍ବଦା ଗୁରୁମାନେ ଆମମାନଙ୍କର ପୂଜ୍ୟ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ରୂପେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ହଳଧର ସାହୁ , ସାଲେପୁର ବ୍ଲକ୍ର ଅତିରିକ୍ତ ଶିକ୍ଷାଅଧିକାରୀ ଜଗବନ୍ଧୁ ଶତପଥୀ ଯୋଗଦେଇ ଗୁରୁଦିବସର ଏଭଳି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଂପାଦକ ଡଃ ଗୌତମ ମହାରଣା ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ ବରିଷ୍ଠ ସଭ୍ୟ ପୂର୍ବତନ ପ୍ରଧାନଶିକ୍ଷକ ଭବାନୀପ୍ରସାଦ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବରିଷ୍ଠ ଶିକ୍ଷକ ପଣ୍ଡିତ ସଂଜୟ କୁମାର ଷଡ଼ଙ୍ଗୀ ଗୁରୁଦିବସ ଅବସରରେ ବୈଦିକ ମଙ୍ଗଳାଚରଣ ପାଠ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ କମଳାକାନ୍ତ ମୁଦୁଲି ଧନ୍ୟବାଦ ଦେଇଥିଲେ ।
ଏହି ଅବସରରେ ୨୧ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତା ଦେବେନ୍ଦ୍ର ନାଥ ନାୟକ, ପୂର୍ବତନ ପ୍ରଧାନଶିକ୍ଷକ ବଳରାମ ପାତ୍ର, ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାମୟୀ ଦାଶ, ଅନୁପା ପ୍ରିୟଦର୍ଶିନୀ, ପଣ୍ଡିତ ବିଭୁତିଭୂଷଣ କର, ପ୍ରଧାନଶିକ୍ଷକ ପ୍ରଦୁ୍ୟମ୍ନ ବେହେରା, ପୂର୍ବତନ ଅତିରିକ୍ତ ଶିକ୍ଷାଧିକାରୀ ରଜନୀକାନ୍ତ ଦାଶ, ପୂର୍ବତନ ପ୍ରଧାନଶିକ୍ଷକ ବିପିନ ବିହାରୀ କର, ଡଃ ପୂର୍ଣ୍ଣଚନ୍ଦ୍ର ଓଝା, ଡଃ ବିବେକାନନ୍ଦ ସିଂହ, ଡଃ ନିଖିଳେଶ ମହାନ୍ତି, ପୂର୍ବତନ ପ୍ରଧାନଶିକ୍ଷକ ନିଗମାନନ୍ଦ କର, ବରିଷ୍ଠ ଶିକ୍ଷକ ଦତ୍ତକୃଷ୍ଣ ବେହେରା, ସୀମାଞ୍ଚଳ ସାହୁ, ମାନସ କୁମାର ଦାଶଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସମସ୍ତ ସହଯୋଗ କରିଥିଲେ