Odisha news

କରୋନା କଟକଣା : ଅନଲାଇନରେ ଯୋଡ଼ିହେଲେ ଗୁରୁ ଶିଶ୍ୟଙ୍କ ସମ୍ପର୍କ

0

ରାୟଗଡା,୫ ।୯(Rabindra patkhandal) : ଗୁରୁ ଦିବସରେ ଗୁରୁଶିଶ୍ୟ ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ସମ୍ପର୍କ ମଧ୍ୟ ଅନଲାଇନରେ ହିଁ ପାଳନ ହୋଇଛି । ଛାତ୍ର ଓ ଶିକ୍ଷକଙ୍କ ନୀବିଢ ବନ୍ଦନରେ ଏହି ଦିନରେ ବାନ୍ଧି ହେଉଥିବା ବେଳେ କେବଳ ଅନଲାଉନରେ ପାଳନ ହୋଇଛି । କରୋନା କଟକଣା ଯୋଗୁଁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ହୋଇଛି ତଥାପି ପାଳନ ହୋଇଛି ଗୁରୁ ଦିବସ ।

ସାରା ଭାରତ ବର୍ଷରେ ଆଜି ଡ଼ଃ ସର୍ବପଲ୍ଲୀ ରାଧାକ୍ରୀର୍ଷ୍ଣାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ । ଗୁରୁଦିବସକୁ ବହୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ଛାତ୍ରଛାତ୍ରୀ ମାନେ ବହୁ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି । ଗୁରୁ ଏବଂ ଶିଷ୍ୟଙ୍କ ପବିତ୍ର ସଂପର୍କକୁ ନେଇ ଏହି ଦିନଟିଏ ପାଳନ କରାଯାଇଥାଏ । ଆଜି ଦିନରେ ନିଜ ନିଜର ଉଜ୍ୱଳ ଭବିଷ୍ୟତ ପାଇଁ ଗୁରୁଙ୍କ ଠାରୁ ଆଶିର୍ବାଦ ପ୍ରାର୍ଥନା କରିଥାନ୍ତି ।

କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସମସ୍ତ ସ୍କୁଲ, କଲେଜ ବନ୍ଦ ଥିବା ଯୋଗଁ ଗୁରୁଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନାହିଁ । ରାୟଗଡା ଜିଲ୍ଲାରେ ଥିବା ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବା ବେଳେ କିଛି ଶିକ୍ଷାନୁଷ୍ଠାନ ଗୁଡିକରେ ଅନଲାଇନ ମାଧ୍ୟମରେ ଗୁରୁଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯଦ୍ୱାରା ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଯୋଡିତ ହୋଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ନିଜ ନିଜର ଭାବକୁ ପ୍ରକାଶ କରିଥିଲେ ।

ରାୟଗଡ଼ା ବ୍ଲକ ଅନ୍ତଗତ ବୀରନାରାୟଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୨୨ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ କେବଳ ବିଦ୍ୟାଳୟର ମନ୍ତ୍ରୀମଣ୍ଡଳ କାର୍ଯ୍ୟ ସମ୍ପାଦନ କରୁଥିବା ୧୦ ଜଣ ଛାତ୍ରଛାତ୍ରୀ ଡ଼ଃ ସର୍ବପଲ୍ଲୀ ରାଧାକ୍ରୀର୍ଷ୍ଣାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟଦେଇ ସେଠାରୁ ଅନଲାଇନ ମାଧ୍ୟମରେ ସ୍କୁଲର ଶିକ୍ଷକଙ୍କ ସହ ଯୋଡ଼ିତ ହୋଇ କୋଭିଡ଼ ମହାମାରୀ ଗୁରୁ ଶିଶ୍ୟଙ୍କୁ ଅଲଗା କରିଦେଇଥିବା ଛାତ୍ରଛାତ୍ରୀମାନେ ଦୁଃଖ ପ୍ରକାଶ କରିଥିଲେ ଏବଂ ଗୁରୁଙ୍କ ଠାରୁ ଆର୍ଶିବାଦ ଗ୍ରହଣ କରିଥିଲେ । ସେହିପରି ସହରରେ ଥିବା ସେକ୍ରେଡ ହାର୍ଟ ସ୍କୁଲ, ସ୍ୱାମୀ ବିବେକାନନ୍ଦ, ସେଂଟ ଜାଭିୟର, ବିଘ୍ନା ବିଦ୍ୟାଳୟ, ବାରିଝୋଲା ସ୍ଥିତ ଜୁପିଟର ଇଂଟରନ୍ୟାସନାଲ ସ୍କୁଲ ଠାରେ ମଧ୍ୟ ଅନଲାଇନ ମାଧ୍ୟମରେ ଗୁରୁଦିବସ ପାଳିତ ହୋଇଯାଇଛି । ଅନଲାଇନ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ଗୁରୁଙ୍କ ସହ ଜଡିତ ହୋଇ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବା ସହ ଆଶିର୍ବାଦ ଗ୍ରହଣ କରିଥିଲେ ।

 

Nalco
Leave A Reply