Odisha news

ଖଲ୍ଲିକୋଟ ବ୍ଲକରେ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ କରୋନା ସ୍ଥିତି ସମିକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ,କେଶପୁର ବଜାର ରେ ଦୋକାନୀମାନେ ମାନୁନାହାନ୍ତି ପଞ୍ଚସୁତ୍ରୀ ନିୟମ, ହାରିବ କରନା ମୁକ୍ତ ହେବ ଖଲ୍ଲିକୋଟ ବ୍ଲକ ନାରା ଦେଲେ ପଞ୍ଚାୟତ ପ୍ରତିନିଧି

0
ଖଲ୍ଲିକୋଟ  : କରୋନା ମହାମାରୀର ସ୍ଥିତି ଗଞ୍ଜାମ ଜିଲ୍ଲାରେ ସୁଧୁରୁଥିବା ବେଳେ ଗଞ୍ଜାମ ବାସୀଙ୍କୁ ସଚେତନତା ସତର୍କତାର ଆହୁରି ଆବଶ୍ୟକତା ରହିଥିବା ବିଷୟରେ ଆଜି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଖଲିକୋଟ ପଞ୍ଚାୟତ ସମିତି ସଭାଗୃହରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଖଲିକୋଟ ବିଡ଼ିଓ ନବକୃଷ୍ଣ ଜେନା, ତହସିଲଦାର ଚକ୍ରଧର ପାଢ଼ୀ, ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଦୀପ କୁମାର ଗନ୍ତାୟତ, ଖଲ୍ଲିକୋଟ ଏନଏସି ର କାର୍ଯ୍ୟନିର୍ବାହି ଅଧିକାରୀ ରାମ ଚନ୍ଦ୍ର ମିଶ୍ର, ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଳକ ଅଧ୍ୟକ୍ଷା ମୀନାକ୍ଷୀ ସାହୁଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଓ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ସମିକ୍ଷା ବୈଠକରେ ବିଶେଷତଃ ଦୋକାନୀ ମାନଙ୍କ ପାଇଁ ପଞ୍ଚସୂତ୍ରୀ ନିୟମ ପାଳନ ପାଇଁ ଗୁରୁତ୍ୱ ଦେବା ପାଇଁ କହିଥିଲେ। ଯେମିତିକି ଦୋକାନ ସାମ୍ନାରେ ବ୍ୟାରିକେଟ କରିବା, ଗ୍ରାହକଙ୍କ ମଧ୍ୟରେ ଦୂରତ୍ୱ ପାଇଁ ଗୋଲ ଚିହ୍ନ କରିବା, ସାନିଟାଇଜର ବ୍ୟବହାର କରିବା, ଦୋକାନୀ ଓ ଗ୍ରାହକ ଉଭୟ ମାସ୍କ ପିନ୍ଧିବା, ଦୋକାନ ଆଗରେ ମାସ୍କ ନାହିଁ ତ ଗୁଡ୍ସ ନାହିଁ ଲେଖିବା ଓ ଦୋକାନ କୁ ଅାସୁଥିବା ଅଜଣା ଗ୍ରାହକଙ୍କ ଠିକଣା ସହ ଯୋଗାଯୋଗ ନମ୍ବର ଲେଖି ରଖିବାକୁ ଦୋକାନୀ ମାନଙ୍କୁ ଜଣାଇବା ପାଇଁ କହିଥିଲେ ।
ସଭା ଶେସରେ ସଭାଗୃହରେ ଥିବା ସମସ୍ତ ପଞ୍ଚାୟତ ପ୍ରତିନିଧି ହାରିବ କରୋନା ଜିତିବ ଖଲ୍ଲିକୋଟ ବ୍ଲକ ସ୍ଲୋଗାନ ଦେଇଥିଲେ। ତା ସହ ଜାତୀୟ ରାଜପଥ କଡ଼ରେ ଥିବା କେଶପୁର ବଜାରରେ ଦୋକାନୀ ମାନେ ପଞ୍ଚସୁତ୍ରୀ ନିୟମ ମାନୁ ନଥିବା ଦର୍ଶାଇ, ସେମାନଙ୍କ ଉପରେ କଡା ନଜର ରଖିବାକୁ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲାପାଳ ସମୀକ୍ଷା ବୈଠକ ଶେଷ କରି ବ୍ଲକ ରୁ ବାହାରୁଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ପଥରା ଗ୍ରାମର ବହୁ ଚାଷୀ ସେମାନଙ୍କ ଦୁଃଖ ବିଷୟରେ ଜିଲ୍ଲାପାଳଙ୍କୁଜଣାଇଥିଲେ ।
ସେମାନଙ୍କ ଚାଷ ଜମି ମଝିରେ ଚିଙ୍ଗୁଡ଼ି ମାଫିଆ ମାନେ ଘେରି କରି ମିଠା ପାଣି ଯାଉଥିବା ନାଳ କୁ ଗଭୀର ଭାବରେ ଖୋଳି ଚିଲିକା ରୁ ଲୁଣି ପାଣି ଆଣି ମଟର ମାଧ୍ୟମରେ ଚିଙ୍ଗୁଡ଼ି ଘେରି ରେ ଭର୍ତ୍ତି କରୁଛନ୍ତି ଓ ଚିଙ୍ଗୁଡ଼ି ର ବୃଦ୍ଧି ପାଇଁ ବିଭିନ୍ନ କେମିକାଲ ଜାତୀୟ ଔଷଧ ପ୍ରୟୋଗ କରୁଛନ୍ତି ।ଏହି ପାଣି କୁ ନିଷ୍କାସନ ବେଳେ ଶହ ଶହ ଏକର ଧାନ ଚାଷ ହେଉଥିବା ଜମିରେ ମାଡି ଫସଲ ନଷ୍ଟ ହେଉଛି ।ପ୍ରତି ବର୍ଷ ଏହି ଚିଙ୍ଗୁଡ଼ି ଘେରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଧାନ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ କ୍ଷତି ସହି ନପାରି ଶେଷରେ ଦାଦନ ମୁହାଁ ହେଉଛନ୍ତି ବୋଲି ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ ଶତାଧିକ ଚାଷୀ ।ଜିଲ୍ଲାପାଳ ଏହି ଘଟଣା ର ବିଧିବଦ୍ଧ ତଦନ୍ତ କରି ଖୁବଶୀଘ୍ର ଏହାର ସମାଧାନ କରିବାକୁ ତହସିଲଦାର ଚକ୍ରଧର ପାଢୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ପଥରା ଏକ ମଷ୍ୟଜୀବୀ ବହୁଳ ପଞ୍ଚାୟତ ହୋଇ ଥିବା ବେଳେ ଶତକଡ଼ା ୮୦ ଭାଗ ଲୋକ ଚିଲିକା ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ।ବାକି ୨୦ ଭାଗ ଲୋକ ଙ୍କ ମୁଖ୍ୟ ଜୀବିକା ହେଉଛି କୃଷି ।
Leave A Reply