Odisha news

ଗଞ୍ଜାମ : କରୋନା ସଂକ୍ରମଣ 0 ମିଶନ କୁ ନେଇ ଜିଲ୍ଲାପାଳ ଙ୍କ ପରାମର୍ଶ

0
ଗଞ୍ଜାମ :   ଗଞ୍ଜାମ ଜିଲ୍ଲାରେ କରୋନା  ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ତାର ମୁକାବିଲା କରିବା ପାଇଁ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରବାର ପୂର୍ବାହ୍ନ ରେ ପହଞ୍ଚି କରୋନା ସଂକ୍ରମଣ 0 ମିଶନ କୁ ନେଇ ଗୁରୁତ୍ବାରୋପ କରିଥିଲେ।ପଞ୍ଚସୁତ୍ରୀ ନିୟମ ମାନି କରୋନା ମାହାମାରୀର ସମ୍ପୁର୍ଣ୍ଣ ମୂଳପୋଛ କରିବାକୁ ସମସ୍ତେ ସଚେତ୍ତନ ରହିବାକୁ ପରାମର୍ଶ ଦେଇଥିଲେ।ଦୋକାନୀ ମାନେ ପଞ୍ଚସୂତ୍ର ନିୟମ କୁ ଯେପରି ପାଳନ କରି ଗୋଷ୍ଟି ସଂକ୍ରମଣ ଉପରେ ରୋକ ଲଗାଇବା ରେ ସହାୟକ ହୋଇ ପାରିବେ ସେ ନେଇ ଜାଗ୍ରତ ହେବାକୁ କହିଥିଲେ।ନିଜ ପରିବାର ଠାରୁ ଆରମ୍ଭ କରି ବାହାରେ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ କହିବା ସହ ବାହାରୁ କୌଣସି ବ୍ୟକ୍ତି ଘରକୁ ଫେରିଲେ 14 ଦିନ ହୋମ ଆଇଶୋଲେସନ ରେ ରହିବା ଏବଂ କରୋନା ଲକ୍ଷଣ ରହିଥିବା ବ୍ୟକ୍ତି ତୁରନ୍ତ କୋଭିଡ ଟେଷ୍ଟ କାରାଇ ନେବାକୁ ଗୁରୁତ୍ୱ ଦେବାକୁ  ପରାମର୍ଶ ଦେଇଥିଲେ।ମାକ୍ସ ଠିକ ଭାବେ ପରିଧ୍ୟାନ ସାନିଟାଇଜର ବ୍ୟବହାର,ସାମାଜିକ ଦୂରତା ରକ୍ଷା କରିବା ଆଦି ଉପରେ ସଚେତନତା ସୃଷ୍ଟି କରିବାକୁ ଜନ ପ୍ରତିନିଧି ମାନଙ୍କୁ  କହିଥିଲେ।
ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବିଡ଼ିଓ ବିଶ୍ୱଜିତ ରାୟ,ତହସିଲଦାର ଅବନୀ କୁମାର ସାହୁ,ଗଞ୍ଜାମ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ,ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର,ଜେ. ସନ୍ତୋଷୀ, ଖଣ୍ଡାଦେଉଳି  ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୌମ୍ୟକାନ୍ତ ମହାପାତ୍ର,ସି ଡି ପି ଓ ସଲୀଳା ପ୍ରଧାନ,ଏମ. ଆଇ ରୀନାରାଣୀ ମହାପାତ୍ର, ପ୍ରଭାତ ସେଠୀ,ଦିଲୀପ ଛୋଟରାୟ,ଶ୍ୟାମା ରେଡି,କୃଷ୍ଣ ଚନ୍ଦ୍ର ଗୌଡ଼,ପ୍ରମୁଖ ସରପଞ୍ଚ,ସମିତି ସଭ୍ୟ,ପି ଆର ଆଇ ମେମ୍ବର ପ୍ରମୁଖ ଙ୍କ ସମେତ ବ୍ଲକ ର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Leave A Reply