Odisha news

ବନ୍ୟା କମୁଛି, ଲୋକଙ୍କ ଦୁର୍ଦଶା ବଢ଼ୁଛି

0

ବାଲିପାଟଣା : ପ୍ରଳୟଙ୍କାରୀ ବନ୍ୟାର ଆଜି ୮ ଦିନ, ପାଣି ଯେମିତି ଧିରେ ଧିରେ କମୁଛି, ଲୋକଙ୍କ ଦୁର୍ଦଶା ସେମିତି ବଢ଼ିବାରେ ଲାଗିଛି । ଅଗଷ୍ଟମାସ ୨୭ ତାରିଖ ରାତ୍ରରେ ଭାର୍ଗବୀ ନଦୀର ବନ୍ୟାଜଳ ଅଚ୍ୟୁତପୁର କାଜ ଦେଇ ଧନୁଆ ନଦୀରେ ପ୍ରବେଶ କରିଥିଲା । ୨୮ ତାରିଖ ଶୁକ୍ରବାର ୫ ପଚାଂୟତ ସମ୍ପୃର୍ଣ୍ଣ ଜଳମଗ୍ନ ହୋଇଥିଲା । ଆଜକୁ ୮ଦିନ ହୋଇଗଲାଣୀ ଧିରେ ଧିରେ ଢ଼ିପ ବା ଉଚ୍ଚା ଅଂଚଳରୁ ପାଣି କମି ଯାଇଛି । ଏବେବି ପମ୍ପାଲୋ, କୁରୁଞ୍ଜିପୁର, ଆଳସି ଶାସନ ଓ ରାଜସର ଅନେକ •ଷଜମୀ ବନ୍ୟା ଜଳରେ ବୁଡି ରହିଛି । ବେଲମରା, କୃଷ୍ଣପୁର, ଇନେ୍ଦାଳ କୁଶିଆରୀ, ସାନମାଛପୁର, ଗରିଆ ଗାଁ ଏବେ ବି ପାଣିଘେରରେ ସ୍ଥାନେ ସ୍ଥାନେ ବୋଟ ଭୂଇଁରେ ମାଡ ହେଉଥିବାରୁ ପ୍ରଶାସନ ତାହାକୁ ଫେରାଇ ନେବା ବ୍ୟବସ୍ଥା କରିଛି । ବ୍ଲକ ପ୍ରଶାସନ ସମସ୍ତ ସରପଚଂଙ୍କୁ ନିଦେ୍ର୍ଦଶ ଦେଇଥିଲେ ହାତରୁ ଚୁଡା, ଗୁଡ ଓ ବିସ୍କୁଟ ତିନି ଦିନପାଇଁ ଦେବାକୁ । କିନ୍ତୁ ଏ ପର୍ଯ୍ୟନ୍ତ କେତେକ ସ୍ଥାନରେ ଗୋଟିଏ ଦିନର ରିଲିଫ ବି ପ୍ରଦାନ କରାଯାଇନି ।

ଏ ସମ୍ବଦ୍ଧରେ ବିଡିଓଙ୍କୁ ଯୋଗା ଯୋଗ କଲେ ମଧ୍ୟ ଫୋନ ଉଠାଉ ନାହାଁନ୍ତି କିମ୍ବା ଦେଖା ହେଉ ନାହାଁନ୍ତି । ବନ୍ୟା ବିପନ୍ନଙ୍କ ସମସ୍ୟ ବୁଝିବା ଦୂରର କଥା ମୁଣ୍ଡପିଛା ୨୫୦ ଗ୍ରାମ ଚୂଡା, ଚିନି, ବିସ୍କୁଟ ପ୍ୟାକେଟ ପାଇବାରୁ ଅନେକ ଲୋକ ବାକି ଅଛନ୍ତି । ଯୋଗାଣ ଅଧିକାରୀ ଦେବସ୍ମୀତା ମଲ୍ଲିକ ଓ ତହସିଲଦାର ସୁନିତା ଜେନା, ଅତିରିକ୍ତ ତହସିଲଦାର ସ୍ନେହଲତା ଆ•ର୍ଯ୍ୟ ବନ୍ୟା ଅଂଚଳ ପରିଦର୍ଶନ କରି ଲୋକଙ୍କ ସମମ୍ୟା ବୁଝିଥିଲେ । ଯୋଗାଣ ଅଧିକାରି କୁହନ୍ତି ଆଳିଶି ଶାସନ, କୁରୁଞ୍ଜିପୁର, ପମ୍ପାଲୋ ଓ ତୁରିନ୍ତିରା ଗ୍ରାମପଚାଂୟତର ୧୦୮୭ ପରିବାର ର ୫୪୦୭ ଜଣ ବିପନ୍ନକୁ ରିଲିଫ୍ ପ୍ରଦାନ କରାଯାଇଛି । ଆଠ ଦିନରେ ପ୍ରଶାସନ ଦିନକର ଶୁଖିଲା ଖାଦ୍ୟ ଦେଇ ଚୁପ୍ ରହିଯିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି ।
ବାଲିପାଟଣାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦରବାର ସାହିତ୍ୟ ସଂସଦର କର୍ମୀମାନେ କୁରୁଞ୍ଜିପୁର ଗ୍ରାମପଚାଂୟତର ବନ୍ୟା ବିପନ୍ନଙ୍କୁ ୩ ଦିନ ହେବ ଚୁଡା, ଗୁଡ, ବିସ୍କୁଟ, ପାଣି ବୋତଲ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ବନ୍ୟା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଜାରୀ ରହିବ ବୋଲି ସଂଗଠନର ମୁଖ୍ୟ କେଦାରନାଥ ଚୈଧୁରୀ ପ୍ରକାଶ କରିଛନ୍ତି । ଆଠଦିନ ବିତିଲା ଏବେବି ୨୬୮୦ ହେକ୍ଟର ଜମୀ ପାଣିରେ ବୁଡି ରହିଛି । ବିଲରେ ଧାନଗଛ ସବୁ ପଚିଷଢ଼ି ଯାଇଥିବା ବେଳେ ଅନେକ ସ୍ଥାନରେ ପଟୁମାଟି ମାଡି ଯାଇଛି । ବାଲିପାଟଣା ବ୍ଲକର •ଷୀକୂଳ ଏବେ ଧାନରୁ ଆଶା ଛାଡି ମୁଣ୍ଡରେ ହାତଦେଇ ବସିଛି । କେମିତି ସମବାୟ ବ୍ୟାଙ୍କ ଏବଂ ହାତଉଦ୍ଧାରୀ ଋଣ ଶୁଝିବ ଚିନ୍ତାରେ ଚାଷୀ ।
ବାଲିପାଟଣା ପ୍ରଣିଧନ ଚିକିସôା ଅଧିକାରୀ ମାନସ କୁମାର •ନ୍ଦ କୁହନ୍ତି ଗାଈ ଗୋରୁ ଓ ଛେଳି ମଣ୍ଢାଙ୍କ ପାଇଁ ଖାଦ୍ୟ ଆସି ପହଁଚି ସାରିଲାଣି । ତେବେ ଆକଳନ ଠାରୁ ୧୦ କ୍ୱିଂଟାଲ କମ ଗୋଖାଦ୍ୟ ଆସିଛି । ଆଜି ଆଳିଶି ଶାସନ, କୁରୁଞ୍ଜିପୁର, ତୁରିନ୍ତିରା, ପମ୍ପାଲୋ ପଚାଂୟତରେ ବଂଟନ ଚାଲିଥିବା ବେଳେ କେହଳ ରାଜସ ଗ୍ରାମପଚାଂୟତରେ ପହଁଚି ପାରିନାହିଁ । ମେଡିକାଲ ଟିମ୍ ଏବେ ଗାଁ ଗାଁ ବୁଲି ଲୋକମାନଙ୍କୁ ଚିକିସôା କରୁଛନ୍ତି । ବନ୍ୟା ପାଣିରେ ବୁଡିରହି ଅନେକ ବିପନ୍ନଙ୍କର ମାଟି ଛପର କାନ୍ଥ ପଡି ଯାଇଛି । ତୁରନ୍ତ ତହସିଲ ଓ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply