Odisha news

ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମାସ୍କାଗୁଡ଼l କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ଜରୁରୀ କାଳୀନ ଅନଲାଇନ ଡିଜିଟାଲ ବୈଠକ

0

ଦୀପକ ଠାକୁର  : ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମାସ୍କାଗୁଡ଼l କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ଜରୁରୀ କାଳୀନ ଅନଲାଇନ ଡିଜିଟାଲ ବୈଠକ CRCC ସୁଧୀର କୁମାର ଧଙ୍ଗଡାମାଝୀଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇ ଯାଇଛି l

ଏଥିରେ ନେଟୱର୍କ ଅସୁବିଧା ସତ୍ତ୍ୱେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ  ହିମାଂଶୁ ଶେଖର ମହାପାତ୍ର, ବସନ୍ତ କୁମାର ମହାପାତ୍ର, ଅର୍ଚନା ମିଶ୍ର, ସତ୍ୟାନନ୍ଦ ବେରୁକ, ଶରତ ଚନ୍ଦ୍ର ବେରୁକ, ବିଭୁତି ଭୂଷଣ ହରିଜନ,ପ୍ରକାଶ ଚନ୍ଦ୍ର ପଧାନ, ବିଷ୍ଣୁ ନାରାୟଣ ଭଞ୍ଜ,  ସନ୍ତୋଷ ସାହୁ, ଜଗନ୍ନାଥ ମାଝୀ,  ସନ୍ଧ୍ୟା ରାଣୀ ପୁଝରୀ ଭାଗ ନେଇଥିଲେ l

ଏଥିରେ ପିଲାଙ୍କର ଚାଉଳ ଓ ରାସନ ଟଙ୍କା ବଣ୍ଟନ ଉପରେ ଆଲୋଚନା କରାଯାଇ ଥିଲା l ସମସ୍ତ ଶିକ୍ଷକ ନିଜକୁ ଡିଜିଟାଲ କରି online ରେ ନିଜର ଦାୟିତ୍ୱ ଠିକ ସମୟରେ ସମ୍ପନ୍ନ କରିବାକୁ  CRCC ପରାମର୍ଶ ଦେଇଥିଲେ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ CRCC ଅନଲାଇନ ବୈଠକ ସମାପ୍ତ କରିଥିଲେ I

Leave A Reply