Odisha news

କୋରନାର କରାଳ ରୂପ , ରାୟଗଡ଼ାରେ ୫ ହଜାର ନିକଟତର ପଜିିଟିଭ୍ ସଂଖ୍ୟା

0

ରାୟଗଡା,୩ ।୯(ରବୀନ୍ଦ୍ର ପାଟଖଣ୍ଡଳ )- କୋରନାର କରାଳ ରୂପ ବିସ୍ତାର କରିଛି ରାୟଗଡା ଜିଲ୍ଲାରେ ୨୬ଜଣକ ଜୀବନ ନେବା ସହିତ ୫ ହଜାର ନିକଟତର ହେଲାଣି ପଜିଟିଭ୍‌ ସଂଖ୍ୟା । ତଥାପି କରୋନାକୁ ପ୍ରତିରୋଧକରି ଜିଲ୍ଲାରେ ସୁସ୍ଥ ହାର ମଧ୍ୟ ଖୁବ ଭଲ ଅଛି । ୮୫.୩୮ ପ୍ରତିଶତ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ମୋଟ ୪ ହଜାର ୨୪୫ ଜଣ ସୁସ୍ଥ ହେଲେଣି ।

ପ୍ରତିଦିନ କୋରନା ଯୋଦ୍ଧା ଆକ୍ରନ୍ତ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଗୁରବାର ଜିଲ୍ଲାରୁ ୧୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ କୋଭିଡ ୧୯ ନୋଡାଲ ଅଧିକାରୀ ଅମୃତ ଋତୁରାଜ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ପୁରୁଷ ଏବଂ ୪୨ ଜଣ ମହିଳା ଅଛନ୍ତି । ଜଣେ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ଆକ୍ର୍ାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି ।

ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୫୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୯ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବିଷମକଟକରୁ ୪୨, କୋଲନରା ୩୪, ରାୟଗଡା ପୌରାଞ୍ଚଳ ୨୩, କାଶିପୁର ୫, ମୁନିଗୁଡା ୨, ଏବଂ ଗୁଡାରୀ, ଗୁଣପୁର ଗ୍ରାମାଞ୍ଚଳ, ରାୟଗଡା ଗ୍ରାମାଞ୍ଚଳ, ପଦ୍ମପୁର, ରାମନାଗୁଡାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୭୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ୪୨୪୫ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬ ରେ ପହଞ୍ଚିଛି ।

୭୦୧ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୫୬୪ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୪୪୨ ସୁସ୍ଥ ହୋଇଛନ୍ତି ଏବଂ ୧୨୨ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଆମେ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ।

Leave A Reply