Odisha news

ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବଙ୍କ ଭାର୍ଗବୀ ନଦୀ ବନ୍ଧ ପରିଦର୍ଶନ

0

ସାକ୍ଷୀଗୋପାଳ : ଜଳ ସମ୍ପଦ ବିଭାଗର ପ୍ରମୁଖ ସଚୀବ ଶ୍ରୀମତୀ ଅନୁ ଗର୍ଗ ଆଜି ଭାର୍ଗବୀ ନଦୀ ବନ୍ଧ ପରିଦର୍ଶନ କରିଛନ୍ତି. ନିମାପଡା ବ୍ଲକର ପାର୍ବତୀ ପୁର, ପିପିଲି ବ୍ଲକର ମଉଜିବେଗ ଓ ରଥ ପୁରୁଷୋତ୍ତମପୁର, ସତ୍ୟବାଦୀ ବ୍ଲକର ସୁଆଣ୍ଡୋ ଓ ବଳ ପୁର ଠାରେ ନଦୀ ବନ୍ଧର ବିପଦ ଶଙ୍କୁଳ ସ୍ଥିତି ଅନୁଧ୍ୟାନ କରିଥିଲେ l

ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ   ରଥ, ମୁଖ୍ୟଯନ୍ତ୍ରୀ ସୁଶାନ୍ତ କୁମାର ରଥ, ପରିଚାଳକ   ନିମ୍ନ ମହାନଦୀ ଅବବାହିକା, ସରକାରଙ୍କ ପରାମର୍ଶ ଦାତା ଯୁଗଳ ତ୍ରିପାଠୀ, ମୁଖ୍ୟଯନ୍ତ୍ରୀ ଲଡ଼ୁ କିଶୋର ସାବତ, ମାନ ନିର୍ଦ୍ଧାରକ ଜଳ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କାନ ପୁର ମନୋଜ କୁମାର ଭୂୟାଁ, ଅଧିକ୍ଷଣ ଯନ୍ତ୍ରୀ, କେନ୍ଦ୍ରୀୟ ଜଳ ସମ୍ପଦ ମଣ୍ଡଳ ଚିନ୍ମୟ କୁମାର ରାଉତ, ପୁରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ଦାସ, ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ, ରେଙ୍ଗାଳି ଦକ୍ଷିଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ବିପିନ ବିହାରୀ ସାହୁ, ଉପ ନିର୍ବାହୀ ଯନ୍ତ୍ରୀ, ସାକ୍ଷୀଗୋପାଳ ରଘୁନାଥ ସ୍ୱାଇଁ ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ.
Nalco
Leave A Reply