ବାରଙ୍ଗ : ନନ୍ଦନକାନନ ଥାନାରେ କରୋନା କୁନେଇ ଭୟ ଆରମ୍ଭ ହୋଇଛିି । ସୋମବାରଦିନ ଥାନାର ଜଣେ ଏଏସ୍ଆଇଙ୍କର ପଜିଟିଭ ଜଣାପଡିବାପରେ ଥାନାକର୍ମଚାରୀମାନଙ୍କ ମଧ୍ୟରେ ଭୟର ପରିମାଣ ବଢିଯାଇଛି ।ଏହି ଏଏସଆଇଙ୍କୁ ମିଶାଇ ଦୁଇଜଣ କନେଷ୍ଟବଲ,ଜଣେ ଡ୍ରାଇଭରଙ୍କସମେତ ୪ଜଣଙ୍କର ପଜିଟିଭ ବାହାରିଥିବାବେଳେ ଅନ୍ୟଦୁଇଜଣଙ୍କର ପଜିଟିଭ ଜଣାପଡିନଥିଲେ ମଧ୍ୟ ଜ୍ୱରରେ ପିଡିତ ହୋଇଜଣେ ଡାକ୍ତରଖାନାରେ ଓ ଅନ୍ୟଜଣେ ଘରେ ରହିଥିବାର ଜଣାପଡିଛି ।ଏବେ ୩ଜଣ କୋଭିଡ ଡାକ୍ତରଖାନାରେ ଚିକିସ୍ିତ ହେଉଥିବାର ନନ୍ଦନକାନନ ଥାନାଅଧିକାରୀ ବିଶ୍ୱରଞନ ସେନାପତି କହିଛନ୍ତି ।ତେବେ ନନ୍ଦନକାନନ ଉପନିଦେ୍ର୍ଦଶକଙ୍କର ପଜିଟିଭ ଜଣାପଡିବାପରେ ତାଙ୍କ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି ।