Odisha news

ରିୟାଙ୍କୁ ତାପସୀଙ୍କ ସମର୍ଥନ

0

ସୁଶାନ୍ତ ସିଂହ ରାଜପୁତ ଅପମୃତୁ୍ୟ ମାମଲା ଏବେ ଲାଇମ୍‌ଲାଇଟ୍‌ରେ ରହିଛି । ଏହାକୁ ନେଇ ବଲିଉଡ୍‌ ସେଲିବ୍ରିଟିମାନେ ଧୀରେ ଧୀରେ ନିଜର ବୟାନ ରଖୁଛନ୍ତି । ଇତିମଧ୍ୟରେ ଅଭିନେତ୍ରୀ ତାପସୀ ପନ୍ନୁ ଟ୍ୱିଟ୍‌ କରି ରିୟା ଚକ୍ରବର୍ତ୍ତୀଙ୍କୁ ସମର୍ଥନ କରିଛନ୍ତି । ତାପସୀଙ୍କ ଫ୍ୟାନ୍‌ ଏପରି ବୟାନକୁ ପସନ୍ଦ କରିନାହାନ୍ତି । ତେଣୁ ସୋସାଲ ମିଡିଆରେ ତାପସୀଙ୍କ କ୍ଲାସ୍‌ ଲଗାଇଛନ୍ତି ପ୍ରଶଂସକ । ତାପସୀ ଟ୍ୱିଟ୍‌ କରି ଲେଖିଥିଲେ, ‘ବ୍ୟକ୍ତିଗତ ଭାବେ ମୁଁ ସୁଶାନ୍ତ କି ରିୟାଙ୍କୁ ଜାଣିନାହିଁ । ହେଲେ ଯାହା ମୁଁ ଜାଣିଛି ତାହା ବୁଝିବା ପାଇଁ କେବଳ ମଣିଷ ହେବା ଜରୁରୀ । କେହି ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଆମେ ତାଙ୍କୁ ଅପରାଧୀ କହିବା ଠିକ୍‌ ନୁହେଁ ଯେତେବେଳେ କି କୋର୍ଟରେ ଏକଥା ପ୍ରମାଣ ହୋଇନାହିଁ । ଆଇନ୍‌ ଉପରେ ବିଶ୍ୱାସ କରନ୍ତୁ ।’ ଏହି ଟ୍ୱିଟ୍‌ ପରେ ୟୁଜର୍‌ ତାପସୀଙ୍କୁ ବୟକଟ୍‌ କରିବାକୁ ଦାବି କରୁଛନ୍ତି । ଏବେ ତାପସୀ ଫ୍ୟାନ୍‌ଙ୍କ ଟାର୍ଗେଟରେ ଥାଇ ଟ୍ରୋଲ୍‌ ହେବାକୁ ଲାଗିଛନ୍ତି ।

Leave A Reply