ପୁରୀ : ଭାରତ ର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଉପାଧି ରେ ଭୂଷିତ ପ୍ରଣବ ମୁଖାର୍ଜୀ ଆଉ ଆମ ଗହଣରେ ନାହାନ୍ତି। ଦିଲ୍ଲୀ ରେ ଏକ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ତାଙ୍କର ରିପୋର୍ଟ କୋଭିଡ ପଜେଟିଭ ଥିଲା। ତାଙ୍କର ମୁଣ୍ଡ ରେ ରକ୍ତ ଜମାଟ ବାନ୍ଧି ଥିବା ରୁ ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇ ଥିଲା।
ତେବେ ପ୍ରଣବ ମୂଖାର୍ଜୀ ଙ୍କ ବିୟୋଗ ରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ମହଲରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୁରୀ ରେ ମଧ୍ୟ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ଦ୍ୱାର ନିର୍ମିତ ଏକ ବାଲୁକାକଳା ମାଧ୍ୟମରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଛନ୍ତି। ସାରା ଦେଶ ବାସୀ ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ଙ୍କ ଭଳି ସରଳ , ସଚୋଟ ଓ ଜ୍ଞାନୀ ବ୍ୟକ୍ତିତ୍ୱ କୁ ସବୁଦିନ ମନେ ରଖିବେ ବୋଲୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମ ରେ ବାର୍ତା ଦେଇଛନ୍ତି।