Odisha news

ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପୁଅ ପ୍ରଫୁଲ୍ଲ ପଣ୍ଡାଙ୍କ ପରଲୋକ

0

ତିହିଡି ( ଯଦୁମଣି ପାଣିଗ୍ରାହୀ ) : ଭଦ୍ରକ ବ୍ଲକ ଅନ୍ତର୍ଗତ ଅନ୍ନପାଳ ପଞ୍ଚାୟତ ଗଞ୍ଜାମାଳ ଗାଁର ସାହିତି୍ୟକ, ସମାଜସେବୀ, କବି, ନାଟ୍ୟକାର, ନାଟ୍ୟ ନିଦେ୍ର୍ଦଶକ, ଗବେଷକ, ସୁବକ୍ତା ଓ ସମୀକ୍ଷକ ପ୍ରଫୁଲ୍ଲ ପଣ୍ଡାଙ୍କର ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ୨୫ ମିନିଟ ସମୟରେ ଭୁବନେଶ୍ୱରସ୍ଥିତ ଏମ୍ସ ଡାକ୍ତର ଖାନାରେ ପରଲୋକ ହୋଇଯାଇଛି । ସେ ମଧୁମେହ ରୋଗରେ ପୀଡିତ ଥିଲେ । ସ୍ୱର୍ଗତ ପଣ୍ଡା ହେଇଛନ୍ତି ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କର ପୁଅ ।

ସୁସ୍ଥ ଥିବା ଶ୍ରୀ ପଣ୍ଡା ସେମାବାର ଦିନ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ସ୍ୱର୍ଗତ ପଣ୍ଡା, ଜଣେ ସରଳ, ଭଦ୍ର ଓ ଅମାୟିକ ସ୍ୱଭାବର ମଣିଷ ଥିଲେ । ସେହିପରି ଜଣେ ଦକ୍ଷ ସାହିତି୍ୟକ ଓ ସମୀକ୍ଷକ ଭାବରେ ମଧ୍ୟ ସମଗ୍ର ଜିଲ୍ଲାରେ ତାଙ୍କର ସୁଖ୍ୟାତି ରହିଥିଲା । ତାଙ୍କ ମୃତୁ୍ୟରେ ତାଙ୍କ ଗାଁ ସମତେ ସ୍ଥାନୀୟ ଅଞ୍ଚଳରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।

Nalco
Leave A Reply