Odisha news

ଗଜପତି ଜିଲ୍ଲାର ମୋହନା ସି.ଏଚ୍.ସି ରେ କାର୍ଯ୍ୟରତ ପ୍ରଥମ କରୋନl ଯୋଦ୍ଧା ଡାକ୍ତର. ଏମ୍. ଶିବରାମ ଙ୍କ ପ୍ଲଜମା ଦାନ

0

ପାରଳଖେମୁଣ୍ଡି  (ଗରୁଡ ଧ୍ଵଜ ଚୌଧୁରୀ) :  ଗଜପତି ଜିଲ୍ଲା ମୋହନା ବ୍ଲକ ର ସଦର ମହକୁମା ମୋହନା ଠାରେ ଥିବା ସି.ଏଚ୍.ସି ରେ କାର୍ଯ୍ୟ ରତ ଯୁବ ଡାକ୍ତର ଏମ୍. ଶିବରାମ କାଳିଆପଟା ଠାରେ ଥିବା କୋଭିଡ କେର ସେଣ୍ଟର ର ଦ୍ୱାୟିତ୍ୟ ରେ କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଥିଲେ l କିନ୍ତୁ ଭାଗ୍ୟର ବିଡମ୍ବନା ଡାକ୍ତର ଏମ୍ ଶିବରାମ ମଧ୍ୟ କରୋନl ରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ l

କରୋନlରୁ ସୁସ୍ଥ ହୋଇ ଫେରିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ଲାଜମା ଦାନ କରିବା ପାଇଁ କରୋନl ଯୋଦ୍ଧା ମାନଙ୍କୁ ଯେଉଁ ଆହ୍ବାନ ଦେଇଥଲେ ତାକୁ ଆଧାର କରି ଗଜପତି ଜିଲ୍ଲାର  ପ୍ରଥମ କରୋନl ଯୋଦ୍ଧା ଭାବେ ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ବ୍ଲଡବେଙ୍କ ରେ ପ୍ଲାଜମା ଦାନ କରିଥିଲେ l ଯେଉଁ ମାନେ କରୋନl ରୁ ସୁସ୍ଥ ହୋଇ ଫେରିଛନ୍ତି ସେମାନେ ମଧ୍ୟ ପ୍ଲାଜମl ଦାନ କରିବା ପାଇଁ ଡ: ଶିବରାମ ଅନୁରୋଧ କରିଛନ୍ତି

Leave A Reply