Odisha news

କନ୍ଧମାଳର ସ୍ୱେଛାସେବୀ ମହାସଂଘର ଆବାହକ ଅଶୋକ ପରିଡାଙ୍କ ପିତୃ ବିୟୋଗ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ): କନ୍ଧମାଳ ଜିଲ୍ଲା ସ୍ୱେଛାସେବୀ ମହାସଂଘର ଆବାହକ ତଥା ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅଶୋକ ପରିଡାଙ୍କର ପିତା ବଟକୃଷ୍ଣ ପରିଡା (୮୪)ଙ୍କର ଆଜି ଦିନ ପ୍ରାୟ ୩.୧୪ ମିନିଟରେ ତାଙ୍କ ବାସ ଭବନ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେହାନ୍ତ ଘଟିଛି । ତାଙ୍କର ସ୍ୱାସ୍ଥ୍ୟର ଅବସ୍ଥା ଗତ କିଛିଦିନ ହେଲା ଭଲ ନଥିବାରୁ ତାଙ୍କୁ ସେଠାରେ ଭର୍ତି କରାଯାଇ ଚିକିସôା କରାଯାଉଥିଲା । ତାଙ୍କର ଦେହାନ୍ତ ପରେ ତାଙ୍କ ମରଶରୀରକୁ ତାଙ୍କ ଗ୍ରାମ ସାରୁଆଳିରେ ଥିବା ବାସ ଭବନକୁ ଅଣାଯାଇଥିଲା ।

ଅଶୋକ ପରିଡାଙ୍କ ସମେତ ତାଙ୍କର ୫ ଜଣ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ମୃତ୍ୟ ଶଯ୍ୟାରେ ତାଙ୍କର ସମସ୍ତ ପୁଅ ଏବଂ ଝିଅ ଉପସ୍ଥିତ ଥିଲେ । ତାଙ୍କର ଦେହାନ୍ତରେ ତାଙ୍କ ପରିବାର ସମେତ ଗ୍ରାମରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ଅଶୋକ ପରିଡାଙ୍କ ପିତା ଗ୍ରାମର ଜଣେ ଭଲ ସମାଜସେବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ ସେହି ଅଂଚଳରେ ଥିବା ୧୫ଟି ପଂଚାୟତରେ ଦିର୍ଘ ୪୦ ବର୍ଷ ହେଲା ପରିଚିତ ଥିଲେ । ଗ୍ରାମର ଲୋକଙ୍କର ବିଭିନ୍ନ ସମସ୍ୟାରେ ସହାୟତା କରିଆସୁଥିଲେ ।

ତାଙ୍କ ଆଦର୍ଶରେ ଅନେକ ଲୋକ ଅନୁପ୍ରାଣିତ ହୋଇ ସେମାନଙ୍କର ଜୀବନ ଗଢିବାରେ ସଫଳ ହୋଇଥିଲେ । ଗ୍ରାମରେ ଲୋକଙ୍କ ସମେତ ତାଙ୍କର ପରିବାର ବର୍ଗଙ୍କ ଦ୍ୱାରା ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କ ପୁଅ ଅଶୋକ ପରିଡା ମଧ୍ୟ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ କନ୍ଧମାଳ ଜିଲ୍ଲାରେ ସମାଜସେବା କରିଆସୁଛନ୍ତି । ଅଶୋକ ପରିଡା କନ୍ଧମାଳ ଜିଲ୍ଲର ଜଣେ ବିଶିଷ୍ଟ ସ୍ୱେଛାସେବୀ, ରକ୍ତଦାତା ଓ ଜଣେ ସାମ୍ବାଦିକ ଅଟନ୍ତି । ପିତାଙ୍କର ମୃତୁ୍ୟ ଶଯ୍ୟାରେ ଅଶୋକ ପରିଡା ମଧ୍ୟ ଉପସ୍ଥିତ ଥିଲେ । ଏହି ଖବର ପାଇବାପରେ କନ୍ଧମାଳ ଜିଲ୍ଲରେ ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply