Odisha news

ଓଡିଶା ପବ୍ଲିକ ସର୍ଭିସ କମିଶନ ସଦସ୍ୟ ଭାବରେ ନିଯୁକ୍ତି ପାଇଲେ କନ୍ଧମାଳର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ବିଭୁତିଭିଷଣ ପଟ୍ଟନାୟକ

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : ଓଡିଶା ପବ୍ଳିକ କମିଶନ ସର୍ଭିସ କମିଶନ ସଦସ୍ୟ ଭାବରେ ନିଯୁକ୍ତି ପାଇଛନ୍ତି କନ୍ଧମାଳ ଜିଲ୍ଲାର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ବିଭିତି ଭୁଷଣ ପଟ୍ଟନାୟକ । ଏହାପୁର୍ବରୁ ସେ ଝାରସୁଗୁଡାର ଜିଲ୍ଲାପାଳ ଭାବରେ ଏବଂ ପରେ ରାଜ୍ୟ ସୁଚନା ଓ ଲୋକସମ୍ପର୍କ ବିଭାଗର ନିଦେ୍ର୍ଧଶକ,ରାଜ୍ୟ ପର୍ଯ୍ୟଟନ ବିଭାଗ ନିଦେ୍ର୍ଧଶକ ଏବଂ ଶେଷରେ ସେ ରାଜ୍ୟ ସମବାୟ ସମିତିର ନିବନ୍ଧକ ଭାବରେ ରହି ଅବସର ନେଇଥିଲେ । ସେ ତାଙ୍କର ଚାକିରି ଜୀବନର ଆରମ୍ଭରେ କନ୍ଧମାଳ ଜିଲ୍ଲର ଖଜୁରିପଡା,ରାଇକିଆ,ବାଲିଗୁଡା ଭଳି ଜିଲ୍ଲର ଅନେକ ଯାଗାରେ ବିଡିଓ ଏବଂ ଅନ୍ୟାନ୍ୟ ଦାୟୀତ୍ୱରେ ରହି କାର୍ଯ୍ୟ କରିଥିଲେ ।

ବର୍ତମାନ ସେ ଓପିଏସସି ର ଜଣେ ସଦସ୍ୟ ଭାବରେ ନିଯୁକ୍ତି ପାଇଥିବାରୁ କନ୍ଧମାଳ ଜିଲ୍ଲାରୁ ତାଙ୍କ ବନ୍ଧୁ ମହଲରୁ ଶୁଭେଛାର ସୁଅ ଛୁଟିଛି । ବିଭିତିଭୁଷଣ ପଟ୍ଟନାୟକଙ୍କ ଘର ଫୁଲବାଣୀ ସହରରେ ଥିବା ଫୁଲବାଣୀ ସାହିରେ ଏହି ଦାୟୀତ୍ୱରେ ରହିଥିବା କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବ୍ୟକ୍ତି ଅଟନ୍ତି । ଏହାପୁର୍ବରୁ ୧୯୯୦ ମସିହାରେ ଫୁଲବାଣୀ ବ୍ଳକ ଅନ୍ତର୍ଗତ ବୁଡାଦାନୀ ଗ୍ରାମର ସ୍ୱର୍ଗତ ଦିବାକର କହଁର ଓଡିଶା ପବ୍ଲିକ ସର୍ଭିସ କମିଶନ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।

Leave A Reply