ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଭିନେତ୍ରୀ ତୃଷ୍ଣା ପ୍ରୀତମ୍ । ୧୫ ବର୍ଷ ତଳେ ସେ ତାମିଲ ଫିଲ୍ମରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ସେ କେରଳରେ ଜନ୍ମ ହୋଇ ବିଭିନ୍ନ ସ୍ଥାନରେ ବଡ଼ ହୋଇଛନ୍ତି ଯାହା ତାଙ୍କୁ ଦକ୍ଷିଣ ଭାରତୀୟ ଭାଷା ଶିଖିବାରେ ସାହାଯ୍ୟ କରିଛି । ଏବେ ସେ ମୁମ୍ବାଇ ଆସି ବଲିଉଡ୍ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି । ସେ ଆକଫିଂ ଇନ୍ଷ୍ଟିଚୁ୍ୟଟ୍ରେ ନାମ ଲେଖାଇ ଅଭିନୟ କୌଶଳ ଶିଖିଥିଲେ । ସେହି ସମୟରେ ଥିଏଟର୍ ଆର୍ଟିଷ୍ଟ ଭାବେ ମଧ୍ୟ କାମ କରିଛନ୍ତି । ନୁ୍ୟୟର୍କ ଫିଲ୍ମ ସିଟିରେ ଅଭିନୟ ଉପରେ ଆଧାରିତ କେତେକ ୱାର୍କସପ୍ ମଧ୍ୟରେ ଯୋଗ ଦେଇଥିଲେ । ତୃଷ୍ଣା ବିଭିନ୍ନ ବ୍ରାଣ୍ଡର ପ୍ରିଣ୍ଟ୍ ଓ କମର୍ସିଆଲ୍ ଆଡ୍ ପାଇଁ ମଡେଲିଂ କରିଥିଲେ । ପରେ ତାଙ୍କୁ ବଲିଉଡ୍ରେ କାମ କରିବାକୁ ସୁଯୋଗ ମିଳିଥିଲା । ହେଲେ ତାଙ୍କ ଫିଲ୍ମ ବକ୍ସ ଅଫିସ୍ ଫ୍ଲପ୍ ହୋଇଥିଲା । ତଥାପି ସେ ହାର୍ ମାନି ନାହାନ୍ତି । ମେନ୍ଷ୍ଟ୍ରିମ୍ ଫିଲ୍ମରେ କାମ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ତୃଷ୍ଣା । ଫିଲ୍ମ ଓ ଥିଏଟର୍ରେ ଅବଦାନ ପାଇଁ ମହାରାଷ୍ଟ ସରକାରଙ୍କ ଦ୍ୱାରା nପୁରସ୍କୃତ ହୋଇଛନ୍ତି । ସିଙ୍ଗାପୁରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି । ବିଶ୍ୱ ଭ୍ରମଣ କରିବା ତୃଷ୍ଣାଙ୍କ ଅନ୍ୟତମ ସ୍ୱପ୍ନ ।