କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : ଏକ ଠିକା କାମର ବିଲ୍ ପାଶ୍ କରିବା ପାଇଁ ୭ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗରଦପୁର ବ୍ଲକ୍ ଅର୍ନ୍ତଗତ ବଙ୍ଗାଳପୁର ପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ଗିରଫ ହୋଇଛନ୍ତି ।
ପ୍ରକାଶ ଯୋଗ୍ୟ ଯେ , ବଙ୍ଗାଳପୁର ଗାଁର ସୁରେନ୍ଦ୍ର ନାଥ ରାଉତ ଏକ ୫୦ ହଜାର ଟଙ୍କାର ଠିକା କାମ କରିଥିଲେ । ଏହି କାମର ବିଲ୍ ପାସ୍ କରିଦେବା ନିମନ୍ତେ ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ୭ ହଜାର ଟଙ୍କା ପିସି ମାଗିଥିଲେ ।
ପିସି ନଦେଲେ ବିଲ୍ ପାସ୍ କରିବେନି ବୋଲି ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ରୋକ୍ ଠୋକ୍ ମନା କରିଦେଇଥିଲେ । ତେବେ ଆଜି ସୁରେନ୍ଦ୍ର ପିସି ଦେଲାବେଳେ ପୂର୍ବ ଯୋଜନା ମୁତାବକ ଡ଼ିଜିଲନ୍ସ ବିଭାଗ ରଙ୍ଗବୋଳା ଟଙ୍କା ଜବତ କରିବା ସହିତ ଧର୍ମାନନ୍ଦଙ୍କୁ ଗିରଫ କରିଥରବା ସୂଚନା ମିଳିଛି ।
