Odisha news

ଆଜି ସାରା ଦେଶ ନିରାଡ଼ମ୍ବର ଭାବେ ୭୪ତମ ସ୍ୱତନ୍ତ୍ରତା ଦିବସ ପାଳନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ଏହି ପବିତ୍ର ପର୍ବରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅନେକ ଅନେକ ଅଭିନନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମାତା ଭାରତୀଙ୍କ ଲକ୍ଷ ଲକ୍ଷ ପୁଅ ଓ ଝିଅଙ୍କ ବଳିଦାନ ଏବଂ ଉତ୍ସର୍ଗ ଯୋଗୁ ଆମେ ଆଜି ସ୍ୱାଧୀନ ଭାରତରେ ନିଶ୍ୱାସ ନେଉଛୁ। ଆଜି ସାହସୀ ବୀରଙ୍କୁ ଅଭିବାଦନ କରିବାର ପର୍ବ। ଆମର ସେନା, ପାରାମିଲିଟାରୀ ଫୋର୍ସ, ପୁଲିସ୍ କର୍ମଚାରୀ ଓ ସୁରକ୍ଷା ବାହିନୀ ସମସ୍ତେ ମାତା ଭାରତୀଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ଅଛନ୍ତି। ଆଜି ମଧ୍ୟ ତାଙ୍କ ସେବାକୁ ପ୍ରଣାମ କରିବାର ପର୍ବ। ଆଜି ଅରବିନ୍ଦ ଘୋଷଙ୍କ ଜୟନ୍ତୀ। ସେ ଜଣେ ବିପ୍ଲବୀ ତଥା ଆଧ୍ୟାତ୍ମିକ ଋଷି ଥିଲେ। ଆଜି ମଧ୍ୟ ତାଙ୍କୁ ସ୍ମରଣ କରିବାର ଦିନ। କରୋନା ଯୋଗୁ ଆଜି ପିଲାମାନେ ଦେଖାଯାଉନାହାଁନ୍ତି। କରୋନା ସଙ୍କଟରେ ମୁଁ କରୋନା ଯୋଦ୍ଧାଙ୍କୁ ପ୍ରଣାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜି ସାରା ଦେଶ ନିରାଡ଼ମ୍ବର ଭାବେ ୭୪ତମ ସ୍ୱତନ୍ତ୍ରତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଲାଲକିଲ୍ଲାରେ ପହଂଚିଥିଲେ। ସେଠାରେ ଶ୍ରୀ ମୋଦୀ ଗାର୍ଡ ଅଫ ଅନର ଗ୍ରହଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସ୍ୱାଧୀନତାର ବୀରମାନଙ୍କୁ ମନେ ପକାଇବା ଭିତରେ ଏକ ନୂତନ ଶକ୍ତିର ସଂକଳ୍ପ ଅଛି। ଏହା ଆମକୁ ନୂଆ ପ୍ରେରଣା ଓ ନୂତନ ଉତ୍ସାହ ଦେଉଛି। ଏହି ଅବସରରେ ନୂଆ ସଂକଳ୍ପ ଗ୍ରହଣ କରିବା ଜରୁରୀ ଅଟେ। ଆସନ୍ତା ବର୍ଷ ଆମେ ୭୫ତମ ବର୍ଷରେ ପ୍ରବେଶ କରିବା। ତେଣୁ ଏହା ଏକ ବଡ଼ ସୁଯୋଗ। ଆସନ୍ତା ଦୁଇ ବର୍ଷ ପାଇଁ ଆମକୁ ଦୃଢ ସଂକଳ୍ପ ସହିତ ଅଗ୍ରସର ହେବାକୁ ପଡିବ। ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷରେ ପ୍ରବେଶ କରିବା ଓ ୭୫ ବର୍ଷ ପୁରାଣ କରିବା, ସେତେବେଳେ ଆମେ ଆମର ସଂକଳ୍ପ ପୂରଣ କରିବା ପାଇଁ ଏହାକୁ ମହାପର୍ବ ଭାବରେ ପାଳନ କରିବା।

IEC 2 years
Leave A Reply