Odisha news

ଅଙ୍ଗଦାନ କରିଥିବା ୩ ଜଣଙ୍କୁ ମରଣୋତର ଭାବେ ସୁରଜ ସମ୍ମାନରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୧୩ ଅଗଷ୍ଟ  : ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଜଣଙ୍କୁ ମରଣୋତର ଭାବେ ସୁରଜ ସମ୍ମାନ ରେ ସମ୍ମାନିତ କରିଛନ୍ତି । ୨୦୧୯ ଅକ୍ଟୋବରରେ ଗଂଜାମ ଭଂଜନଗରର ଜଣେ ଯୁବକ ସୁରଜ ଗୁଜୁରାଟର ସୁରଟରେ ଏକ ଦୁର୍ଘଟଣାର ଶିକାର ହୋଇ ମସ୍ତିଷ୍କ ମୃତ୍ୟୁ ଅବସ୍ଥାରେ ଥିଲେ । ତାଙ୍କ ପିତାମାତାଙ୍କ ସାହସିକ ନିଷ୍ପତି ଫଳରେ ସୁରଜଙ୍କର ବୃକକ୍‌,ଲିଭର, ହାର୍ଟ ଓ ଦୁଇ ଆଖି ତାଙ୍କ ଶରୀରରୁ କଢ଼ାଯାଇ ବିଭିନ୍ନ ସହରରେ ଛଅ ଜଣ ବ୍ୟକ୍ତିଙ୍କ ଜୀବନ ବଂଚାଯାଇ ପାରିଥିଲା । ସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ ନିଦର୍ଶନକୁ ସମ୍ମାନ ଜଣାଇ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଜ ସମ୍ମାନ ପୁରସ୍କାର ଘୋଷଣା କରିଥିଲେ ।
ସୁରଜଙ୍କ ପରେ ଦିଗପହଣ୍ଡିର ପି. ପ୍ରିୟଙ୍କା ରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀ ଡେଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ଉପରୋକ୍ତ ବ୍ୟକ୍ତି ମାନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ଯାହାଫଳରେ ଅନ୍ୟମାନଙ୍କ ଜୀବନ ବଂଚାଯାଇ ପାରିଥିଲା ।
ସୁରଜଙ୍କ ପରେ ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା, ଦାସ ଓ ପୁରୀ ଡେଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ଉପରୋକ୍ତ ବ୍ୟକ୍ତି ମାନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ଯାହଫଳରେ ଅନ୍ୟମାନଙକ ଜୀବନ ବଂଚାଯାଇ ପରିଥିଲା । ସେମାନଙ୍କ ଏହି ତ୍ୟାଗକୁ ସମ୍ମାନ ଜଣାଇ ଆଜି ଭିଡ଼ିଓ କନଫରେନ୍‌ସ ଜରିଆରେ ସେମାନଙ୍କ ପରିବାରକୁ ସୁରଜ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ସେମାନଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁରଜଙ୍କ ପରିବାରର ସାହସିକ ନିଷ୍ପତି ଓ ମଣିଷ ପଣିଆର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ତ୍ୟାଗ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ସୃଷ୍ଟି କରିଛି ବୋଲି କହିଥିଲେ । ସୂର୍ଯ୍ୟ ପରି ସେ ଆଜି ମଧ୍ୟ ଅନ୍ୟମାନଙ୍କ ଜୀବନକୁ ଓ ଜଗତକୁ ଆଲୋକିତ କରି ଚାଲିଛନ୍ତି । ସୂରଜଙ୍କ ପରିବାର ପରେ ଅନେକ ମସ୍ତିଷ୍କ ମୃତ୍ୟୁ ଘଟିଥିବା ବ୍ୟକ୍ତିମାନଙ୍କ ପରିବାର ମଧ୍ୟ ଏଥିପାଇଁ ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏହି ସାଧୁ ପଦକ୍ଷେପ ରୋଗୀମାନଙ୍କ ପାଇଁ ବଂଚିବାର ନୂଆ ଆଶାର କିରଣ ସୃଷ୍ଟି କରିଛି ବୋଲି କହିଥିଲେ ।

Nalco
Leave A Reply