ଭୁବନେଶ୍ୱର, ୧୩ ଅଗଷ୍ଟ – ୨୦୧୬ ନଭେମ୍ବର ୧୧ରେ ପ୍ରବେଶ କର ଆଇନ ବୈଧତାକୁ ସୁପ୍ରିମକୋର୍ଟଙ୍କ ୯ଜଣିଆ ଖଣ୍ଡପୀଠଙ୍କ ସ୍ୱିକୃତି ଦେବା ପରେ କେତେଟି ସଂସ୍ଥା ଠାରୁ କେତେ ପରିମାଣର ପ୍ରବେଶ କର ଆଦାୟ ପାଇଁ ରାଜ୍ୟ ସରକାର ନୋଟିସ କରିଥିଲେ ଏବଂ ପରେ ଏବାବଦରେ କେତେ ପରିମାଣର ରାଜସ୍ୱ ଆଦାୟ ହୋଇଛି, ରାଜ୍ୟବାସୀଙ୍କ ଅବଗତି ନିମନ୍ତେ ସଂପୃକ୍ତ ସଂସ୍ଥାର ନାମ ଓ ଆଦାୟ ରାଶି ପରିମାଣର ଏକ ସବିସ୍ତୃତ ତାଲିକା ତୁରନ୍ତ ପ୍ରକାଶ କରାଯାଉ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ଆଇନ୍ଜୀବୀ ନିଶିକାନ୍ତ ମିଶ୍ର ଦାବି କରିଛନ୍ତି ।
ସେ କହିଛନ୍ତିଯେ କେଉଁ ଶିଳ୍ପ ସଂସ୍ଥା ଠାରୁ କେତେ ପରିମାଣର ପ୍ରବେଶ କର ରାଶି ଆଦାୟ କରାଯାଇଛି ତା’ର ତାଲିକା ପ୍ରକାଶ କରନ୍ତୁ ସରକାର ।ଯେଉଁ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଠାରୁ ଅଦ୍ୟାବଧି ପ୍ରବେଶ କର ଆଦାୟ କରାଯାଇପାରି ନାହିଁ, ସେ ବାବଦରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ରାଜ୍ୟବାସୀଙ୍କୁ ଜଣାନ୍ତୁ । ଭୂଷଣ ପାଖରେ ୧୪୦ କୋଟି ବୁଡିଲା ପରେ ଘୋଟାଲାରେ ସଂପୃକ୍ତ ରାଜନେତା ଓ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ ।
ଯେଉଁ ସଂସ୍ଥା ଅଥବା ବ୍ୟକ୍ତିବିଶେଷଙ୍କ ଠାରୁ ଅଦ୍ୟାବଧି ପ୍ରବେଶକର ରାଶି ଆଦାୟ ହୋଇପାରି ନାହିଁ, ସେ ବାବଦରେ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ । ନ୍ୟାସନାଲ କମ୍ପାନୀ ଲ’ ଆପିଲେଟ ଟ୍ରାଇବୁନାଲଙ୍କ ୨୦୨୦ ଫ୍ରେବୃଆରୀ ୧୭ ନିର୍ଦେଶନାମାରେ ଯଦି ଭୂଷଣ ପାୱାର ଓ ଷ୍ଟିଲ କମ୍ପାନୀ ମାମଲାରେ ଓଡ଼ିଶା ସରକାରଙ୍କ ଭୂମିକା ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ନଥାନ୍ତା ତେବେ ଘଟଣା ଜଣାପଡ଼ିନଥାନ୍ତା । ସୁଧମୂଳ ମିଶି ଏବାବଦରେ ବକେୟା ରାଶି ୨ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ପହଂଚିିଲାଣି । ଓଡ଼ିଶାବାସୀଙ୍କ ଏହି ଅର୍ଥକୁ ଫେରି ପାଇବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ପ୍ରକାଶ କରନ୍ତୁ । ବିଶେଷ କରି ଘୋଟାଲାରେ ସଂପୃକ୍ତ ରାଜନେତା, ଅଧିକାରୀଙ୍କ ବିରୁଦ୍ଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ବିଷୟରେ ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲଶି କଂଗ୍ରେସ ଦାବି କରିଛି । ଏହା ବ୍ୟତୀତ ଫାଇନାନସ୍ କ୍ରେଡ଼ିଟର ଯଥା ବ୍ୟାଙ୍କ ଓ ଅର୍ଥଲଗାଣ ସଂସ୍ଥାଙ୍କ ତାଲିକା ଖୁବ୍ ଲମ୍ବା ଥିଲା । ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ ବକେୟା ଦାବୀଦାର ପକ୍ଷଭୁକ୍ତ ହେବାକୁ ଆହ୍ୱାନ କରାଯାଇଥିଲା
