Odisha news

ସତ୍ୟବାଦୀ : ଆଜି ୫ କରୋନା ଆକ୍ରାନ୍ତ

0

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି. ସେମାନଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ଅଛନ୍ତି. ସତ୍ୟବାଦୀ ଥାନାରେ କାର୍ଯ୍ୟରତ ଜନୈକ କନେଷ୍ଟବଳ ଓ ସାଣ୍ଢରା ଶାସନ ପଞ୍ଚାୟତର ମଝିକେରା ଗ୍ରାମରେ କାର୍ଯ୍ୟରତ ଜନୈକା ଆଶା କର୍ମୀ କରୋନା ଆକ୍ରାନ୍ତ ଜଣାପଡ଼ିଛନ୍ତି. ଭୁବନେଶ୍ୱରସ୍ଥିତ ଏମସରେ ଚିକିତ୍ସାଧୀନ ତୋରାଣିଆ ଗ୍ରାମର 51  ବର୍ଷ ବୟସ୍କ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଅଛି. ଅଳଗୁମ କ୍ଵାରେଣ୍ଟାଇନ କେନ୍ଦ୍ରରେ ୨ ଜଣ ପ୍ରବାସୀ କରୋନା ପଜିଟିଭ ଜଣାପଡ଼ିଛନ୍ତି.

ସମସ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ  ସ୍ୱାସ୍ଥ୍ୟ ବିଭାଗ ତରଫରୁ  ନିମାପଡାସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି.
ଗତ ୨ ଦିନ ଧରି ସତ୍ୟବାଦୀ ଅଞ୍ଚଳରୁ କୌଣସି କରୋନା ରୋଗୀ ଚି଼ହ୍ନଟ ହୋଇ ନ ଥିଲେ.
Ad2
Leave A Reply