Odisha news

ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ ପୈତୃକ ସମ୍ପତ୍ତିର ପୁଅ ଓ ଝିଅଙ୍କର ସମାନ ଅଧିକାର

0

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଛି l ଏହି ନିଷ୍ପତିରେ ଝିଅ ମାନେ ପିତାଙ୍କର ପୈତୃକ ସମ୍ପର୍ତ୍ତିରେ ବରାବର ହକ୍ଦାର ରହିବେ l ଜଷ୍ଟିସ ଅରୁଣ ମିଶ୍ରଙ୍କ ବେଞ୍ଚେରେ ଫଇସଲାରେ କୁହାଯାଇଛି ଯେ ଉତ୍ତରାଧିକାର କାନୁନନ ୨୦୦୫ ରେ ସଂଶୋଧନରେ ବ୍ୟାଖ୍ୟା ହୋଇଛି l କୋର୍ଟ ନିଜର ମହତ୍ଵପୁର୍ଣ ଟିପାଣିରେ କହିଛନ୍ତି ଝିଅ ମାନେ ସର୍ବଦା ଝିଅ ହୋଇ ରହନ୍ତି ,ପୁଅ ମାନେ କେବଳ ବିବାହ ପର୍ଯ୍ୟନ୍ତ ପୁଅ ହୋଇ ରୁହନ୍ତି l ୨୦୦୫ ରେ ସଂଶୋଧନ କରାଯିବ ପୂର୍ବରୁ ଯଦି ଯକୌଣସି ପିତାଙ୍କର ମୃତ୍ୟୁ ହୋଇ ଯାଉଥିଲା ତେବେ ସେତେବେଳେ ଅନେକ ଅସୁବିଧା ଦେଖା ଯାଉଥିଲା ,କିନ୍ତୁ ଏହି ନିୟମକୁ ବର୍ତମାନ ନିଷ୍ପତି ନିଆଯାଇ ଉଲେଖ କରାଯାଇଛି ଯେ ଉଭୟ ପୁଅ ଓ ଝିଅଙ୍କର ପିତାଙ୍କ ସମ୍ପତିରେ ସମାନ ଅଧିକାର ରହିଛି l

ସୁପ୍ରିମ କୋର୍ଟ ନିଜର ଏହି ଫଇସଲା ଜରିଆରେ ଜଣେଇ ଦେଇଛନ୍ତି ଯେ ୫ ସେପ୍ଟେମ୍ବର୨୦୦୫ ରେ ସଂସଦ ଅବିଭାଜିତ ହିନ୍ଦୁ ପରିବାରର ଉତ୍ତରାଧିକାରୀ ଅଧି ନିୟମରେ ସଂସଦନ କରିଥିଲା l ଏହା ଜରିଆରେ ଝିଅ ମାନଙ୍କୁ ପୈତୃକ ସମ୍ପତ୍ତିର ସମାନ ଭାଗିଦାର ମାନିଥିଲା l ୫ ସେପ୍ଟେମ୍ବର୨୦୦୫ ରେ ସଂଶୋଧନ ଲାଗୁ ହେବ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଉଥିଲା ଓ ସମ୍ପତ୍ତିର ଭାଗ ପରେ ହେଉଥିଲା ତେବେ ଝିଅ ମାନଙ୍କର ମଧ୍ୟ ଭାଗ ରହୁଥିଲା l

୧୯୮୫ ରେ ଏନ ଟି ରାମରାଓ ଯେତେବେଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ସେହି ସମୟରେ ସେ ପୈତୃକ ସମ୍ପତ୍ତିର ଝିଅ ଓ ପୁଅଙ୍କର ସମାନ ଅଧିକାର ରହିଥିବା ପାସ କରାଇଥିଲେ l ଏହି ଘଟଣାର ଠିକ ୨୦ ବର୍ଷ ପରେ ୨୦୦୫ ରେ ସଂସଦ ଏହାକୁ ଅନୁସରଣ କରି ପୈତୃକ ସମ୍ପତ୍ତିର ପୁଅ ଓ ଝିଅଙ୍କର ସମାନ ଅଧିକାର ରହିଥିବା କାନୁନ ପାସ କରାଇଥିଲା l ଏହି ମାମଲା ଭଉଣୀ ଭାଇଙ୍କ ମଧ୍ୟରେ ସମ୍ପତି ଭାଗର ଥିଲା l ସୁପ୍ରିମ କୋର୍ଟରେ ଗୋଟିଏ ଭଉଣୀର ଅପିଲ ଥିଲାଯେ ତା ଭାଇ ତାକୁ ସମ୍ପତ୍ତିରୁ ଭାଗ ଦେବାକୁ ମନ କରିଦେଇଛି କାରଣ ତା ପିତାଙ୍କର ମୃତ୍ୟୁ ସେପ୍ଟେମ୍ବର୨୦୦୫ପୂର୍ବରୁ ହୋଇ ସାରିଛି l

ସୁପ୍ରିମ କୋର୍ଟ ନିଜର ମହତ୍ଵପୁର୍ଣ ତିପାଣି ଦେଇ କହିଥିଲେ ଯେ ଝିଅମାନେ ସାରା ଜୀବନ ମାତାପିତାଙ୍କର ସେବା କରିଥାନ୍ତି ,ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ମା ବାପାଙ୍କ ଦୁଃଖସୁଖରେ ରୁହନ୍ତି l ଯେବେକି ବିବାହ ପରେ ପୁଅ ମାନଙ୍କର ନିୟତି ଓ ବ୍ୟବହାର ବଦଳି ଯାଇଥାଏ l ତେଣୁ ଉଭୟ ପୁଅ ଓ ଝିଅଙ୍କ ପାଇଁ ମତl ପିତାଙ୍କର ସମାନ କର୍ତବ୍ୟ ରହିଛି ,ପୈତୃକ ସମ୍ପତ୍ତିର ପୁଅର ଯେତିକି ଅଧିକାର ଝିଅର ମଧ୍ୟ ସେତିକି ଅଧିକାର ରହିଛି l

Nalco
Leave A Reply