କେନ୍ଦ୍ରାପଡ଼ା (ରବୀନ୍ଦ୍ର ଦାଶ ) : ସଦର ଥାନା ଅଚଂଳ ସମେତ ଟାଉନ ଥାନା ଅଂଚଳର ବିଭିନ୍ନ ସ୍ଥାନରୁ କିଛିଦିନ ଧରି ଗୋଟିଏ ପରେ ଗୋଟିଏ ବାଇକ ଚୋରୀ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଏସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା ସଦର ଥାନା ପୋଲିସକୁ ଶେଷରେ ସଫଳତା ମିଳିଥିବା ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି ।
୨୦ରୁ ଉଦ୍ଧ୍ୱର୍ ଚୋରା ବାଇକ ଜବତ ହେବା ସହିତ ୨ଜଣ ବାଇକ ଲୁଟେରାଙ୍କୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିିଛି । ଆଗକୁ ବାଇକ ଚୋରୀ ସମ୍ପର୍କରେ ଆହୁରି ତଥ୍ୟ ମିଳିବାର ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ ଅଧିକ ସୂଚନା ମିଳିପାରିନାହିଁ ।
