ଅଙ୍କିତା ଲୋଖଣ୍ଡେଙ୍କୁ ମର୍ମାହତ କରିଛି । ସୁଶାନ୍ତଙ୍କୁ ମନେ ପକାଇ ସୋସାଲ ମିଡିଆରେ ଫଟୋ ପୋଷ୍ଟ କରିବା ସହ ନ୍ୟାୟ ପାଇଁ ସେ ଗୁହାରି କରୁଛନ୍ତି । ଅଙ୍କିତା ଏବେ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ସେ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସୁଶାନ୍ତ ମା’ଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୋର ବିଶ୍ୱାସ ଆପଣ ଦୁଇଜଣ ଏକାଠି ଥିବେ ।’ ତାଙ୍କର ଏହି ଫଟୋରେ ସୁଶାନ୍ତଙ୍କ ଭଉଣୀ ଶେ୍ୱତା ସିଂହ କୀର୍ତ୍ତି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଠିକ୍ କହିଛ ବେବି, ଆପଣ ଆହୁରି ଷ୍ଟ୍ରଙ୍ଗ୍ ରୁହନ୍ତୁ । ଆମକୁ ଏକାଠି ନ୍ୟାୟ ପାଇଁ ଲଢ଼ିବାକୁ ହେବ ।’ ଏହା ପୂର୍ବରୁ ଶେ୍ୱତା କାହାର ନାମ ନ ନେଇ ଲେଖିଥିଲେ କାହା ପଛରେ ଲାଗିବା ପୂର୍ବରୁ ପରିଣାମ ବିଷୟରେ ଚିନ୍ତା କରିବା ଉଚିତ । ବ୍ରାଜିଲର ଏକ ହୁ୍ୟଣ୍ଡାଇ କାର୍ ଶୋ’ରୁମ୍ରେ ଗୋଟିଏ ବୁଲା କୁକୁରକୁ କର୍ମଚାରୀ ଭାବେ ନିଯୁକ୍ତି ଦେବା ସହ ତା’ ପାଇଁ ଆଇଡି କାର୍ଡ ବ୍ୟବସ୍ଥା ହୋଇଛି । ଆଇଡି କାର୍ଡରେ ଏହି ଚାରିଗୋଡ଼ିଆ
କର୍ମଚାରୀର ନାମ ରଖାଯାଇଛି ଟସ୍କନ୍ ପ୍ରାଇମ୍ । କୁକୁରକୁ ମେ ଶେଷ ବେଳକୁ ଆଡପଫ କରାଯାଇଥିଲା ।
Prev Post