(ସନ୍ତୋଷ ମିଶ୍ର)ଫୁଲବାଣୀ : ଆଜି କନ୍ଧମାଳ ଜିଲାର ପ୍ରଥମ କରୋନା ଯୋଦ୍ଧାଙ୍କ ମରଶରୀରକୁ ସ୍ଥାନୀୟ ମାଦିକୁନ୍ଦା ପୋଲିସ ପଡିଆରେ ତାଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି ଯୋଗ ଦେଇ କରୋନା ଯୋଦ୍ଧା କନ୍ଧମାଳ ଜିଲା ଟିକାବାଲି ଥାନା ନ୍ତର୍ଗତ ଲାଇନପଡା ଫାଣ୍ଡି ଅଧିକାରୀ ଭାବରେ କାର୍ଯ୍ୟରତ ଥିବା ଏ.ଏସ.ଆଇ ମହାଜନ ପ୍ରଧାନଙ୍କର ମୃତ ଦେହକୁ କଫିନରେ ରଖାଯାଇ ସେଠାରେ ତାଙ୍କ ଅମର ଆତ୍ମା ଉଦେଶ୍ୟରେ ପୁଷ୍ପଗୁଛ ପ୍ରଦାନ କରିବାସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ଧର୍ଯ୍ୟ ଓ ସାହାସର ସହିତ ଏହି ଅସୟମୟକୁ ସହ୍ୟ କରିବାକୁ ସାନ୍ତ୍ୱନା ଦେଇଥିଲେ ସେହିପରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।
ଏହି ଅବସରରେ ଅନ୍ୟ ପୋଲିସ ଅଧିକାରୀ ମାନେ ମଧ୍ୟରେ ସେଠାରେ ତାଙ୍କ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ଫୁଲବାଣୀରେ ଥିବା କୋଭିଡ ଯୋଦ୍ଧାଙ୍କ ପାଇଁ ଉଦିଷ୍ଟ ଥିବା ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଥିଲା । ସୁଚନା ଯୋଗ୍ୟ ଗତ କାଲି ଭୁବନେଶ୍ୱରରେ କୋଭିଡ ହସପିଟାଲରେ ଚିକିସôିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଏହି କରୋନା ସଂକ୍ରମଣ ସମୟରେ ସେ ସେଠାରେ କାର୍ଯ୍ୟରତ ରହି ଲୋକଙ୍କୁ ଉତମ ସେବା ପ୍ରଦାନ କରିଥିଲେ ।