Odisha news

ପିପିଲିରେ ପୁଣି ୪କରୋନା ପଜିଟିଭ୍ ଚିହ୍ନଟ, ସଂଖ୍ୟା ୬୦କୁ ବୃଦ୍ଧି

0

ପିପିଲି ୮/୮– ପିପିଲିରେ ଶନିବାର ପୁଣି ୪କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୁରୁଷ ଏବଂ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିି ସଂକ୍ରମିତ ହୋଇଛନ୍ତି । । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ପୁବାଶାସନ ପଂଚାୟତ ପାଟେଳୀକୁଦା ଗ୍ରାମରୁ ଜଣେ ୩୬ ବର୍ଷ ଓ ଅନ୍ୟ ଜଣେ ୩୦ ବର୍ଷ ବୟସ୍କ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ସେଠାର ଜଣେ ସଂକ୍ରମିତଙ୍କ ସଂଷ୍ପର୍ଷରେ ଏମାନେ ଆସିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ପୂର୍ବ ସଂକ୍ରମିତଙ୍କ ପୁଅ ହୋଇଥିବାବେଳେ ଅନ୍ୟ ଜଣକ ଅଟୋଚାଳକ ବୋଲି ଜଣାଯାଇଛି । ଏହି ଦୁହିଁଙ୍କର ଗତ ୫ତାରିଖରେ ପିପିଲିରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।

ଦାଣ୍ଡମୁକୁନ୍ଦପୁର ପଂଚାୟତରୁ ଜଣେ ୨୫ ବର୍ଷ ଓ ଯଶୁଆପୁର ପଂଚାୟତର ସୁଲତାନ ନଗର ଅଂଚଳରୁ ଜଣେ ୩୦ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତ ହୋଇଛି । ଏହି ଦୁହିଁଙ୍କର ପୁରୀରେ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହି ସଂକ୍ରମିତ ଯୁବକ ଦ୍ୱୟ ପୁରୀ ମୁ୍ୟନିସପାଲଟିରେ ପରିମଳ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେଠାରେ କେତେକ କର୍ମଚାରୀ ସଂକ୍ରମିତ ହେବାରୁ ଏମାନଙ୍କର ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା । ଏହି ୪ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଥିବାରୁ ସେମାନଙ୍କୁ କୋଣାର୍କସ୍ଥିତ କୋଭିଡ କେୟାର ସେଂଟରକୁ ସ୍ୱାସ୍ଥ୍ୟ ବିଭାଗ ନେଇ ଚିକିସôା ଜାରି ରଖିଥିବାର ଜଣାପଡିଛି । ଏହି ସଂକ୍ରମିତମାନଙ୍କ କଂଟାକ୍ଟ ଟ୍ରେସିଂ କରାଯିବ ସେମାନଙ୍କର ଘରକୁ ନିଷିଦ୍ଧାଂଚଳ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଏହି ୪ଜଣ ଚିହ୍ନଟ ହେବା ପରେ ପିପିଲିରେ ସଂକ୍ରମିତଙ୍କ ସଂଖ୍ୟା ୬୦ରେ ପହଂଚିଛି ।

Nalco
Leave A Reply