ଔପଦା : ଔପଦା ପଞ୍ଚାୟତ ସମିତି ପକ୍ଷରୁ ଏକ ଜରୁରୀ ବୈଠକ ଅଧ୍ୟକ୍ଷା ନିର୍ମଳା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବ୍ଲକ ପରିସରରେ ସାମାଜିକ ଦୂରତା ରକ୍ଷାକରି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟକ ସୁକାନ୍ତ କୁମାର ନାୟକ ମହାମାରୀ କରୋନା ସଂପର୍କରେ ଆଲୋଚନା କରି ସଚେତନ କରିଥିବା ବେଳେ ଆଜି ଅଯୋଧ୍ୟାରେ ଅନୁଷ୍ଠିତ ରାମ ମନ୍ଦିର ପାଇଁ ଶିଳାନ୍ୟାସ କରାଯାଉଥିବାରୁ ଏହି ପବିତ୍ର ଦିନରେ ସମିତି ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଥିବାରୁ ଅଧ୍ୟକ୍ଷା ଶ୍ରୀମତୀ ବିଶ୍ୱାଳଙ୍କୁ ସାଧୁବାଦ ଦେବା ସଂଗେ ସଂଗେ ଜନପ୍ରତିନିଧି ମାନେ ଲୋକମାନଙ୍କ ସମସ୍ୟାକୁ ପ୍ରଧାନ୍ୟ ଦେଇ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଲେ ମଧ୍ୟ ପ୍ରଶାସନର ତଦନ୍ତ କରିବା ଏକାନ୍ତ ଆବଶ୍ୟକ ବୋଲି ବକ୍ତବ୍ୟରେ ବିଧାୟକ କହିଥିଲେ ।
ବୈଠକରେ ଅନୁମୋଦିତ ପ୍ରକଳ୍ପ ସଂପର୍କରେ ନିର୍ବାଚିତ ପ୍ରତିନିଧିମାନେ ଜାଣିନପାରିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରକଳ୍ପ ସଂପର୍କରେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନଙ୍କୁ ପତ୍ର ମାଧ୍ୟମରେ ଜଣାଯାଉଛି ବୋଲି କହିବା ସହିତ ନିର୍ବାଚିତ ପ୍ରତିନିଧି ମାନେ ମିଳିତ ଭାବେ ପ୍ରକଳ୍ପ ତାଲିକା ଦେବା ପାଇଁ ବିଡିଓ ସନ୍ତୋଷ କୁମାର ପତି ବୈଠକରେ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କୁ ନିବେଦନ କରିଥିଲେ ।
ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ମାଡମାରିବା ଓ କର୍ମଚାରୀ ମାନେ ଅସୁରକ୍ଷିତ ପାଇଁ କଲମଛାଡ ଆନେ୍ଦାଳନ ଯୋଗୁଁ ଉନ୍ନୟନ କାମରେ ବାଧା ସୃଷ୍ଠି ହୋଇଥିବାରୁ ଏଥିପାଇଁ ନିନ୍ଦାପ୍ରସ୍ତାବକୁ ଉପସ୍ଥାନ ଖାତାରେ ସ୍ଥାନ ଦେବାପାଇଁ ପକାଶ କରାଯିବାରୁ ବୈଠକରେ ସଭ୍ୟ ସଭ୍ୟାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।ବ୍ଲକ ପକ୍ଷରୁ ମନରେଗା ଯୋଜନାରେ କୁସୁନଦାସପୁର ପଡିଆରେ ୫ ଲକ୍ଷ ଟଙ୍କା ବିନିମୟରେ ରୁରାଲ ପାର୍କ ନିର୍ମଣ ପାଇଁ ସୂଚନା ଫଳକ ଲଗାଯାଇଥିବା ବେଳେ ପୁଣି ସେଠାରେ ଜିଲ୍ଲା ଡିଆରଡିଏ ପକ୍ଷରୁ ୧ ଲକ୍ଷ ଟଙ୍କା ବିନିମୟରେ ଏକ ଫଳକ ଲଗାଯାଇଥିଲେ ମଧ୍ୟ ଏହା କାର୍ଯ୍ୟରେ ପରିଣତ ହୋଇନଥିବାରୁ ସାଂସଦ ପ୍ରତିନିଧି ଲକ୍ଷ୍ମୀକାନ୍ତ ବେହେରା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୈଠକରେ ଦାବି କରିଥିଲେ । ଏହି ବୈଠକରେ ସମିତିର ଉପାଧ୍ୟକ୍ଷା ତିଳୋତ୍ତମା ପରିଡା ,ଡାଃ ଯିତେନ୍ଦ୍ର ନାଥ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।
