Odisha news

ଅଯୋଧ୍ୟାରେ ଭୂମି ପୂଜନ ପାଇଁ ସ୍ଥାନୀୟ ହନୁମାନ ମନ୍ଦିରରେ ୧୦୮ଦ୍ୱୀପ ପ୍ରଦାନ

0

ସିମୁଳିଆ : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରାମ ଜନ୍ମ ଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ଭୂମି ପୂଜନ କରାଯାଇଛି । ଏହି ଅବସରରେ ସିମୁଳିଆ ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଜାତୀୟ ରାଜପଥରେ ଥିବା କେ.ପି.ଫ୍ଲାଇ ଆସ ପରିସରରେ ହନୁମାନ ମନ୍ଦିରରେ ୧୦୮ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ ଏଥି ସହିତ ହନୁମାନ ଚାଳିଶା ପାଠ କରାଯାଇଥିଲା । ପୂଜକ ବିଦ୍ୟାଧର ପଣ୍ଡା ପୂଜାର୍ଚ୍ଚନା କରିବା ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା ।

ଏହି ଅବସରରେ ଶ୍ରୀ ପଣ୍ଡାଙ୍କ ଧର୍ମପତ୍ନୀ ଶକୁନ୍ତଳା ପଣ୍ଡା,ମଧ୍ୟମ ପୁତ୍ର ବେଣୁମାଧବ ପଣ୍ଡା, ମାର୍କୋଣା ଜୋନ ମଣ୍ଡଳ ସଭାପତି ରଂଜନ ବେହେରା,ଜାମ୍ମୁଝାଡି ମଣ୍ଡଳ ସଭାପତି ସୁଶାନ୍ତ ନାୟକ,ବରିଷ୍ଠ ବିଜେପି ନେତା ରାଧାରମଣ ପଟ୍ଟନାୟକ,ରମେଶ ଚନ୍ଦ୍ର ସାହୁ,ନିରାକାର ପଣ୍ଡା,ଅକ୍ଷୟ ବିଶ୍ୱାଳ,ବାଞ୍ଚାନିଧି ପାଣିଗ୍ରାହୀ,ମଧୁ ବୋଇତି ,ରମାକାନ୍ତ ଦଳେଇ,କିଶୋର ମହାପାତ୍ର ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ

Nalco
Leave A Reply