ନୀଳଗିରି : ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ନୀଳଗିରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପୂର୍ବାହ୍ନ ୮ଘଟିକା ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା ମହାଯଜ୍ଞ ଓ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମରେ ୧୫ କି.ଗ୍ରାରୁ ଉଦ୍ଧ୍ୱର୍ ଘୃତ ଆହୂତି ପ୍ରଦାନ କରାଯାଇଥିବା ବେଳେ ୧୦ହଜାର ଲଡ଼ୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା ।
ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ,ଲୋକନାଥ ମିଶ୍ର, ଉମାକାନ୍ତ ମହାପାତ୍ର, ମାନସ ଦତ୍ତ, ଶ୍ରୀନିବାସ ପ୍ରଧାନ, ଅକ୍ଷୟ ବେହେରା, ପ୍ରଫୁଲ୍ଲ ଦଳେଇ, ଶୁଭ୍ରାଂଶୁ ଶେଖର ନନ୍ଦ, ଆନନ୍ଦ ମିଶ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
