Odisha news

ଦେଶୀ ଖାନା ଢାବାରୁ ସିମୁଳିଆ ପୋଲିସ ଦ୍ୱାରା ମଦ ସହ ଆସାମୀ ଗିରଫ

0

ସିମୁଳିଆ : ସିମୁଳିଆ ଥାନା ଅନ୍ତର୍ଗତ ଅଡା ସାଲ ଛକ ନିକଟରେ ଥିବା ଏକ ଦେଶୀ ଖାନା ଢାବାରୁ ମଦ ସହ ଜନୈକ ବ୍ୟକ୍ତିକୁ ସିମୁଳିଆ ପୋଲିସ ଗିରଫ କରିଥିବାର ଜଣାଯାଇଛି । ବିବରଣୀରୁ ପ୍ରକାଶ ଅଡା ସାଲ ଛକ ନିକଟରେ ଥିବା ଏକ ଦେଶୀ ଖାନା ଢାବାରେ ବହୁ ଦିନରୁ ମଦବିକ୍ରୀ ଅଭିଯୋଗ ହୋଇଆସୁଥିଲା  ।

ସିମୁଳିଆ ପୋଲିସ ଖବର ପାଇ ଆଜି ଏହି ଢାବାରେଚଢାଉ କରିଥିଲା । ଏହି ଚଢଉରେ ଢାବାରୁ ୮ଲିଟର ବିଦେଶୀ ମଦ ଜବତ କରିବା ସହ ଢାବା ମାଲିକ ଜଳଙ୍ଗ ଗ୍ରାମର ବିଷ୍ନୁ ବେହେରାଙ୍କ ପୁଅ ମନୋଜ ବେହେରା(୪୧)ବର୍ଷ କୁ ଗିରଫ କରି ୧୯୬/୨୦ନମ୍ବର ମୂଳେ ଏକ ମାମଲା ରୁଜୁ କରିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Nalco
Leave A Reply