ସିମୁଳିଆ : ସିମୁଳିଆ ଥାନା ଅନ୍ତର୍ଗତ ଜଳଙ୍ଗ ଛକରେ ଖଇରା ଥାନା ଅଞ୍ଚଳର ଜନୈକ ବ୍ୟକ୍ତି ଏକ ଗାଡିରେ ଖଇରାରୁ ଭଦ୍ରକ ଯାଉଥିବା ସମୟରେ ଗାଡି-୦୨ବିସି-୨୭୨୯ଟି ଭାରସାମ୍ୟ ହରାଇ ଏକ ପୋଲକୁ ପିଟି ହୋଇ ନୟନଯୋରୀକୁ ଖସି ପଡିଥିଲା ।
ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀମାନେ ଉଦ୍ଧାର କରିବାକୁ ଆସିଥିବାବେଳେ ଗାଡିରେ ଥିବା ଡ୍ରାଇଭର ପାଖରେ ବନ୍ଧୁକ ଥିବାଦେଖି ଭୟରେ ସିମୁଳିଆ ପୋଲିସକୁ ଜଣାଇଥିଲେ ।
ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଡ୍ରାଇଭରକୁ ଉଦ୍ଧାର କରିବା ସହ ୧୯୫/୨୦ଏକ ମାମଲା ରୁଜୁ କରି ଉକ୍ତ ବ୍ୟକ୍ତିକୁ ଅଟକ ରଖି ତଦନ୍ତ ଚାଲୁ ରଖିଛି ।
