Odisha news

ପୂର୍ବତନ ଡିଜି ଏସ୍ ଏନ ତିୱାରୀଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

0

ଭୁବନେଶ୍ୱର ,୦୫ ଅଗଷ୍ଟ – ୧୯୬୩ ବ୍ୟାଚର ଆଇପିଏସ୍ ତଥା ପୂର୍ବତନ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଏସ୍ ଏନ୍ ତିୱାରୀଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଖରିଆରରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତଃ ତିୱାରୀ ପୋଲିସ୍ ପ୍ରଶାସନିକ ସେବାରେ ଯୋଗଦେଇ ରାଜ୍ୟରେ ବିଭିନ୍ନ ପଦପଦବୀରେ ରହି ବିଶେଷ କରି ଆଇନ ଶୃଙ୍ଖଳା ପାଇଁ ଉଚ୍ଚକୋଟୀର କାର୍ଯ୍ୟ କରିଛନ୍ତି । ସେ ପ୍ରଥମ ଓଡ଼ିଆ ଅଫିସର ଭାବେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏସ୍‌ପିଜିର ନିର୍ଦ୍ଦେଶକ ଭାବେ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇଥିଲେ । ଆନ୍ତଃ ନିରାପତା ଓ ନକ୍ସଲ ଦମନ ପାଇଁ ଓଡ଼ିଶାରେ ବହୁ ପ୍ରଚେଷ୍ଟା କରି ସଫଳ ହୋଇଥିଲେ । ସେ କେନ୍ଦ୍ରସରକାରଙ୍କ ଗୁଇନ୍ଦା ବିଭାଗର ଯୁଗ୍ମ ସଚିବ ରହି ଦେଶପାଇଁ ଉଚ୍ଚକୋଟୀର କାର୍ଯ୍ୟ କରିଛନ୍ତି । ତାଙ୍କ ବିୟୋଗରେ ଦେଶ ଏବଂ ରାଜ୍ୟ ଏକ କର୍ତବ୍ୟନିଷ୍ଠ ପୋଲିସ୍ ଅଫିସରଙ୍କୁ ହରାଇଲା । ସ୍ୱର୍ଗତ ତିୱାରୀଙ୍କ ସ୍ୱର୍ଗତ ଆତ୍ମାର ସଦ୍ ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ।

Nalco
Leave A Reply