ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ସବ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସାୟ ଗ୍ରହଣ କରାଯିବ । ସିଙ୍ଗିଲ ଉଇଁଡୋ ବ୍ୟବସ୍ଥା ମାଧ୍ୟମରେ ସବ ସôତକାର ପାଇଁ ଯୋଜନା କରାଯିବାକୁ ଥିବା ବେଳେ ଏବେ ସ୍ୱର୍ଗଦ୍ୱାରରେ ସ୍ୱତନ୍ତ୍ର ପିଣ୍ଡି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି ବ୍ୟବସ୍ଥା କୁ ସାଧାରଣରେ ସ୍ୱାଗତ କରାଯାଇଥିବା ବେଳେ ସ୍ୱର୍ଗଦ୍ୱାର ପରିସରରେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମୁଦ୍ର ଆଳତୀ କାର୍ଯ୍ୟକ୍ରମ ପାଇଁ ସୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ୱର୍ଗଦ୍ୱାର କୁ ନେଇ ଆବଶ୍ୟକୀୟ ପରାମର୍ଶ ଜଗତଗୁରୁ ଦେବା ପାଇଁ ମତ ରଖ୍ôଛନ୍ତି ।ଏଣିକି ପୁରୀ ସ୍ୱର୍ଗଦ୍ୱାରେ ସବ ସôତକାର ପାଇଁ ଲୋକଙ୍କୁ ଆଉ ଶୋଷଣ ର ଶିକାର ହେବାକୁ ପଡିବ ନାହିଁ । ସିଙ୍ଗଲ ଉଇଁଡୋ ବ୍ୟବସ୍ତା ମାଧ୍ୟମରେ ସବଦାହ କରିବାକୁ ଆସୁଥିବା ଲୋକମାନେ ବ୍ୟବସ୍ଥିତ ଢଙ୍ଗରେ ସବ ସତ୍କାର କରିବା ନେଇ ପ୍ରଶାସନ ଯୋଜନା କରିଛି । ପୂର୍ବରୁ ରେଜିଷ୍ଟେସନ୍ ଠାରୁ ଆରମ୍ଭ କରି ସଫେଇ,କାଠ,ପଥସ୍ରାଧ,ପୂଜାସାମଗ୍ରୀ,ଘିଅ,ଚନ୍ଦନ କାଠ ବାବଦକୁ ଭିନ୍ନ ଭିନ୍ନ ପ୍ରକାର ର ଲୋକଙ୍କୁ ଅର୍ଥ ଦେବାକୁ ପଡୁଥିଲା । ଏଣିକି ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ରାଶି ପୈଠ କରି ସବ ଦାହ କରିବାକୁ ଯୋଜନା କରାଯାଇଛି ।