Odisha news

‘ଶେରନୀ’ ପାଇଁ ପ୍ରସ୍ତୁତ ବିଦ୍ୟା

0

ଟିଭି ଧାରାବାହିକ ସୁଟିଂ ଆରମ୍ଭ ହେବା ପରେ ଏବେ ଫିଲ୍ମ ଓ େୱବ୍‌ ସିରିଜ୍‌ ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଭିନେତ୍ରୀ ବିଦ୍ୟା ବାଲାନ୍‌ ଏବେ ଓଟିଟି ରିଲିଜ୍‌ ହୋଇଥିବା ‘ଶକୁନ୍ତଳା ଦେବୀ’କୁ ନେଇ ଚର୍ଚ୍ଚାରେ । ଅପ୍‌କମିଙ୍ଗ୍‌ ଫିଲ୍ମ ‘ଶେରନୀ’ରେ ଭିନ୍ନ ଏକ ଚରିତ୍ର ପାଇଁ ବିଦ୍ୟା ପୁଣି ଆଲୋଚନାର ବିଷୟ ହୋଇଛନ୍ତି । ଏହାର ସୁଟିଂ ଅକେଫାବରରେ ଆରମ୍ଭ ହେବ । ଫିଲ୍ମ ନିର୍ମାତା ବିକ୍ରମ ମାଲହୋତ୍ରା କହିଛନ୍ତି, ଏହି ଫିଲ୍ମର ଆଗାମୀ ଲୋକେଶନ୍‌ ବାଲାଘାଟ ରହିବ । ଆମେ ଏହି ଫିଲ୍ମକୁ ମଧ୍ୟ ପ୍ରଦେଶର ଜଙ୍ଗଲରେ ସୁଟିଂ କରିବୁ । ଏହି ଫିଲ୍ମର ୬୫% ସୁଟିଂ ବାକି ଅଛି । ମଧ୍ୟ ପ୍ରଦେଶର ଅଧିକାରୀ ଆମକୁ ଭରସା ଦେଇଛନ୍ତି ସୁଟିଂ ସେଟ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ । ଏହି ଫିଲ୍ମରେ ବିଦ୍ୟାଙ୍କୁ ଜଣେ ଫରେଷ୍ଟ ରେଞ୍ଜର ଚରିତ୍ରରେ ଦେଖିବାକୁ ମିଳିବ ।’ ବିଦ୍ୟା କହିଛନ୍ତି ମୁଁ କାମ ଆରମ୍ଭ ହେବାକୁ ନେଇ ଉତ୍ସାହିତ । ଆମ ସମସ୍ତଙ୍କୁ ଯଥାସମ୍ଭବ ସତର୍କ ରହିବାକୁ ହେବ । ଅମିତ ମାସୁରକର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।

Ad2
Leave A Reply