Odisha news

ସ୍ପାର୍ଡା ସ୍ୱେଚ୍ଛାସେବୀ ସଂଗଠନ ଏବଂ ଏନଓୟୁ ଏନଏସଏସ ମୁକ୍ତଶାଖା ପକ୍ଷରୁ ବୃକ୍ଷରେ ରକ୍ଷା ବନ୍ଧନ ଅନୁଷ୍ଠିତ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପବିତ୍ର ରକ୍ଷାବନ୍ଧନ ଉସôବକୁ ସ୍ୱତନ୍ତ୍ର ଭାବେ ଏକ ଭିନ୍ନ ଢଙ୍ଗରେ ପାଳନ କରାଯିବାର ପରମ୍ପରା ଅଛି । ଦୀର୍ଘ ୧୭ବର୍ଷ ଧରି ଜଙ୍ଗଲ ସୁରକ୍ଷା କମିଟିର ସଭ୍ୟ/ସଭ୍ୟା, ବନ୍ୟ ପ୍ରେମୀ ଓ ସ୍ଥାନୀୟ ବନ ବିଭାଗର ମିଳିତ ଉଦ୍ୟମରେ ଏହି ଦିନଟିକୁ ଜଙ୍ଗଲ ରକ୍ଷାବନ୍ଧନ ମହୋସôବ ଭାବେ ପାଳନ କରାଯାଇଥାଏ । ମାତ୍ର ଚଳିତବର୍ଷ କୋରନା ମହାମାରୀ କଟକଣା ଯୋଗୁଁ କେବଳ ବିଧି ରକ୍ଷା ନିମନ୍ତେ ସୀମିତ ଲୋକଙ୍କୁ ନେଇ ସ୍ପାର୍ଡା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଦେଉଳି ବନାଞ୍ଚଳ ମିଳିତ ଉଦ୍ୟମରେ ଶୁଳିଆପଦା ନିକଟସ୍ଥ ପାକଟିଆ ଜଙ୍ଗଲଠାରେ ସମ୍ପାଦନ କରାଯାଇଥିଲା । ପରିବେଶ ପ୍ରେମୀ ତଥା ସ୍ପାର୍ଡାର ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଜଙ୍ଗଲରେ ଥିବା ଗଛମାନଙ୍କରେ ରାକ୍ଷୀ ବାନ୍ଧୀ ଜଙ୍ଗଲ ଓ ପରିବେଶ ସୁରକ୍ଷାପାଇଁ କାମନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ଡିଏଫଓ ସ୍ୱୟଂମଲ୍ଲିକ, ଆଇଏଫଏସ ପ୍ରୋବେଶନାରି ଅଫିସର ସୁଦର୍ଶନ ଗୋପୀନାଥ ଯାଦପ ଓ ଆଇଏଫଏସ ଓ ଦେଉଳି ରେଞ୍ଜ ଅଫିସର ରବିନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ସ୍ଥାନୀୟ ସରପଞ୍ଚ ବାସନ୍ତି ମୁଣ୍ଢା ଏବଂ ସମିତିସଭ୍ୟ ମୀନକେତନ ସିଂ ଉପସ୍ଥିତ ଥିଲେ । ନିକଟସ୍ଥ ଅଗ୍ରଣୀ ଜଙ୍ଗଲ ସୁରକ୍ଷା କମିଟିର କର୍ମକର୍ତ୍ତା ଯୋଗଦାନ କରି ଏହି ପରମ୍ପରା ଓ ଜଙ୍ଗଲ ସରୁକ୍ଷାକୁ ବଜାଇ ରଖିବା ପାଇଁ ନୂଆ ଉସôାହ ସହିତ ଶପଥ ନେଇଥିଲେ ।

ଏହିପରି ଭାବେ ଗଣ୍ଡିଆଡିହା ଭିଏସଏସ ପକ୍ଷରୁ କେବଳ ବିଧି ରକ୍ଷା ନିମନ୍ତେ ଜଙ୍ଗଲ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସ୍ପାର୍ଡାର ପ୍ରୋଗ୍ରାମ ଅଫିସର ମୋହନ ମୁର୍ମୁ ଏବଂ ଶୁଳିଆପଦା ବନରକ୍ଷୀ ବିଜୟ କୁମାର ସେଠୀ ପରିଚାଳନା କରିଥିଲେ । ସେହିପରି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ବାରିପଦାର ଜାତୀୟ ସେବାଯୋଜନା ମୁକ୍ତଶଖା ଦ୍ୱାରା ପବିତ୍ର ରାକ୍ଷୀବନ୍ଧନ ଅବସରରେ କରୋନାର ସମସ୍ତ ନୀତିନୟମ ମାନି ଅଭିନବ ଢଙ୍ଗରେ ବୃକ୍ଷଗୁଡିକରେ ରାକ୍ଷିବନ୍ଧନ କରାଯାଇଛି । ପ୍ରକୃତିର ମିତ୍ର ତଥା ମାନବ ସମାଜର କଲ୍ୟାଣକାରୀ ବନ୍ଧୁଭାବରେ ବୃକ୍ଷ ସର୍ବଦା ହିଁ ସାଧନ କରିଆସୁଅଛି । ବୃକ୍ଷ ଆମର ବନ୍ଧୁ ହୋଇଥିବାରୁ ସୁରକ୍ଷା ଦେବା ଓ ସମ୍ପର୍କକୁ ସୁଦୃଢ କରିବା ପାଇଁ ଜାତୀୟ ସେବା ଯୋଜନା କାର୍ଯ୍ୟାକ୍ରମ ସଂଯୋଜିକା ଉଷାଶତପଥୀ ଓ ଜାତୀୟ ସେବା ଯୋଜନା ମୁକ୍ତଶାଖା ଅଧିକାରୀ ଡଃ ସ୍ମୃତିରଞ୍ଜନ ଦାସଙ୍କ ମିଳିତ ସହଯୋଗ ଓ ଦିଗ୍ଦର୍ଶନରେ ସ୍ୱେଚ୍ଛାସେବୀ ବୃନ୍ଦ ବୃକ୍ଷଗୁଡିକରେ ରାକ୍ଷୀବାନ୍ଧୀ ଥିଲେ ।

ବର୍ତ୍ତମାନ ବୃକ୍ଷର ସୁରକ୍ଷା ଅପରିହାର୍ଯ୍ୟ କାରଣ ବିଶ୍ୱରେ ଯେପରି ପ୍ରାକୃତିକ ଅବକ୍ଷୟ ଘଟୁଛି ସେଥିରେ ବୃକ୍ଷର ଥିବା ବଡଭୂମିକା ଓ ବନ୍ଧୁଭଳି କରୁଥିବା କାର୍ଯ୍ୟକୁ ସମାଜର ଦୃଷ୍ଟିଆକର୍ଷଣ କରିବା ପରମ କର୍ତ୍ତବ୍ୟ ଭାବି ସ୍ୱେଚ୍ଛାସେବୀ ମାନଙ୍କର ଏଭଳି କାର୍ଯ୍ୟକ୍ରମ ଦେଶ ପ୍ରଶଂସନୀୟ ବୋଲି ସାଧାରଣରୁ ମତପ୍ରକାଶ ପାଇଛି । ଏଭଳି ନିଆରା କାର୍ଯ୍ୟକ୍ରମରେ ଭାନୁପ୍ରିୟା ମହାନ୍ତ, ହରମୋହନ ମହାନ୍ତ, ଦେବସ୍ମିତା ଚୌଧୁରୀ, ଅମକାର ମହାପାତ୍ର, ସୁମନ୍ତ ନାୟକ, ନମିତା ବେହେରା ଓ ଅଭୟ କୁମାର ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସମାଜ ସଚେତନତା ନିମନ୍ତେ ଏଭଳି ଅଭିନବ ଉଲ୍ଲେଖନୀୟ କାର୍ଯ୍ୟଗୁଡିକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ, କୁଳସଚୀବ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ରାଜ୍ୟଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗ ଉପସଚିବ ଡଃ ସୁରେଖା ସୁନ୍ଦରୀ ସ୍ୱାଇଁ, ଜାତୀୟ ସେବା ଯୋଜନା ଆଞ୍ଚଳିକ ନିଦେ୍ର୍ଦଶକ ସାଇଦାନାୟକ, ମୟୂରଭଞ୍ଜ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଶୁଭେନ୍ଦୁ ଦାସ ପ୍ରମୁଖ ସର୍ବଦା ପ୍ରୋସôାହନ ଯୋଗାଇ ଆସୁଛନ୍ତି ।

Nalco
Leave A Reply